ସଭ୍ୟତା
ସଭ୍ୟତା
ଅତ୍ୟାଧୁନିକତା ନିବିଡ଼ ସମ୍ପର୍କ ଭିତରେ
ନୂତନ ସଭ୍ୟତାର ନଗ୍ନ ପ୍ରତିଛବି
ବିକାଶ ନାମରେ ଧ୍ୱଂସର
ତାଣ୍ଡବଲୀଳା ।
ପିଶାଚ ରୂପି ମଣିଷର ଅତ୍ୟାଚାର
ପିଇଯାଆନ୍ତି ଜୀବନ୍ତ ମଣିଷର
ତତଳା ରକ୍ତକୁ ଦିନ ଦ୍ୱିପହରେ
ଶାସକ ଶୋଷକ ସାଜେ
ଚିକିତ୍ସକ ସାଜଇ ଭିକ୍ଷୁକ
ନେତା କିଣେ ଭୋଟ ଏଠି
ଜନତା ହୁଅଇ ଡାହୁକ ।
ବେକାରୀର ସୁନାମି ବାତ୍ୟାରେ
ସଢ଼ି ଯାନ୍ତି ସହସ୍ର ଯୁବକ
ନିରବ ଦର୍ଶକ ସାଜେ
ବିଜ୍ଞ, ଜ୍ଞାନୀ ବୃଦ୍ଧବୃଦ୍ଧା ତକ
ନାରୀ ଆଜି ବିବସ୍ତ୍ର ଉଲଗ୍ନ
ଧର୍ଷିତା ସମାଜର ବିଷ ନୟନରେ
ଯୌତୁକ ଜ୍ୱାଳାରେ ମରେ
କନ୍ୟା ସହ ପିତାମାତା
ଏ ଅଳିକ ସଂସାରେ ।
ଏଠି ଖାଲି ଶକୁନିର ପଶାକାଠି
ଗଡି ଗଡି ପହେଲି ଜଣାଏ
ସୃଷ୍ଟି କରି ଅନ୍ୟାୟର ଘର ।
ବଦଳିଛି ପୃଥିବୀର ସଭ୍ୟତା
ବଦଳିଛି ମାନବର ରୂପ
ବଦଳିଛି ତୁମ ଆମର ସଂସାର ।