STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସଭିଏଁ ଖୋଜୁଛେ

ସଭିଏଁ ଖୋଜୁଛେ

2 mins
414

     

    ସବୁଠି ଚାଲିଛି ବିତର୍କ

       ସଭିଏଁ ଖୋଜୁଛେ ସମ୍ପର୍କ

     ସମ୍ପର୍କ ର ପ୍ରକୃତ ସଂଜ୍ଞା ଟା କ'ଣ

      ଏବେ ଆମ ସମସ୍ତଙ୍କ ପାଇଁ

        ପାଲଟିଛି ମହା ବିତର୍କ

      ସଭିଏଁ ଖୋଜୁଛେ ସମ୍ପର୍କ ।


     ପ୍ରେମିକ ପ୍ରେମିକାକୁ କେବେ

        ବନାଉଛି ମହା ମୂର୍ଖ

     ପ୍ରେମିକା ବି ପ୍ରେମିକକୁ

         କେତେକ କ୍ଷେତ୍ରେ

     ଧୋକା ଦେଇ ମନେ ହୃଦେ

      ଦେଉଅଛି ଅସରନ୍ତି ଦୁଃଖ

    ଏତେ ପରେ ଉଭୟ

       ପ୍ରେମିକା ପ୍ରେମିକ

         ଉପଲବ୍ଧି କରିଥାନ୍ତି

     ପ୍ରତି କ୍ଷଣେ ପ୍ରେମର ଦୁଃଖ

      ବିଳାସ ବ୍ୟସନେ ଥାଇ ମଧ୍ୟ

     ଅନୁଶୋଚନା କରି ଅନୁଭବ କରନ୍ତି

       ବିରହ ବେଦନା ର ଦୁଃଖ

      ପ୍ରେମିକା ପ୍ରେମିକ ଆମେ

     ସଭିଏଁ ଖୋଜୁଛେ ସମ୍ପର୍କ ।


     ପ୍ରିୟାର ପଣତ କାନି

       ମା'ର ସ୍ନେହ ବୋଳା ଡାକ

    ଆତ୍ମୀୟ ସ୍ଵଜନ ଙ୍କ 

      ସହଭାଗିତା ଓ ସହଯୋଗିତା ର ସୁଖ

    ସବୁଥିରେ କେଉଁଠି ନା କେଉଁଠି

     ଲୁଚି ରହିଛି ଏକ ଭିନ୍ନ ଆକର୍ଷଣର ଭୋକ

    ଯେତେ ବି ବଦଳିଲେ ଆମ ଭେକ

      ଯେତେ ପରିବର୍ତ୍ତିତ ହେଲେ ବି

       ସମାଜ, ସଂସ୍କୃତି ଓ ସଭ୍ୟତା

      ଆମ ମାନବ ସମ୍ବଳ

        ବିକାଶ ରେ ଯଦି କରୁଛି ଚକ୍ ଚକ୍

      ତହିଁରେ ଭରି ଥିଲେ ବି 

            ଅସଂଖ୍ୟ ଚାକଚକ୍ୟ

      ସଦା ସର୍ବଦା ଆମେ ମଣିଷ ଜାତି

         ସଭିଏଁ ଖୋଜୁଛେ ସମ୍ପର୍କ ।


    ଆଧୁନିକତା ପାଶ୍ଚାତ୍ୟ ସଭ୍ୟତାରେ

     ଭରପୂର ଆମ ସଭିଙ୍କ ମନ ଓ ହୃଦୟ

    ଅଜ୍ଞାନର ଅମା ଅନ୍ଧାରର ଘୂର୍ଣ୍ଣିଝଡେ

       ଆମ ବାସ୍ତବ ଜ୍ଞାନର ହେଉନି ଉଦୟ

    କୂଳ ଲଙ୍ଘି ଅନ୍ୟାୟ ଅତ୍ୟାଚାର

       ଆମ ପ୍ରାଚ୍ୟ ସଭ୍ୟତା ହେଲାଣି ଅଥୟ

     ରାଜନୀତି, ଅର୍ଥନୀତି, ସମାଜ ନୀତି

        ସବୁଠି ଆତଙ୍କ, ଅଶାନ୍ତି,

          ଅବିଶ୍ବାସ ଓ ହିଂସାର ଭୟ

      ପାଟି ପୂରେ କିନ୍ତୁ ପୂରେନା

           ଆମ ପେଟର ଭୋକ

     ସର୍ବେ ସାଜିଛେ ଆମେ ଏକ ଏକ ଜୋକ

       ମଣିଷ ର ଲହୁ ମଣିଷ ଶୋଷି

     ମେଣ୍ଟାଉଛେ ଆମେ ଆମ

         ସ୍ଵାର୍ଥ ର ଭୋକ

      ପରିବାର ପରିବେଶେ ସତେ କି

        ପଡିଛି ମହା ଦୁର୍ଭିକ୍ଷ

      ମିଛ ବାହାନା ରେ ଜିଉଁଛେ ସଭିଏଁ

      ସଭିଏଁ ଖୋଜୁଛେ ଆମ

      ପୂର୍ବ ଐତିହ୍ୟ ପରମ୍ପରା

       ଆମ ପୂର୍ବର ସ୍ଵର୍ଗୀୟ ସୁଖ ରୂପକ

       ଆମ ସାମାଜିକ ପାରିବାରିକ ସମ୍ପର୍କ

       ସଭିଏଁ ଖୋଜୁଛେ ସମ୍ପର୍କ ।


    ଆମ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ

      ନାହିଁ ଆମ ମଧ୍ୟେ ସେ

            ଆଗର ଭାବ

     ବାପ ନ ପଚାରେ ପୁଅକୁ

        ପୁଅ ନ ଚାହେଁ ବାପ ମୁହଁ କୁ

    ମା ଝିଅଙ୍କର ନାହିଁ ସମ୍ପର୍କ

     ଶାଶୁ ବୋହୂଙ୍କର ସମ୍ପର୍କ ତିକ୍ତ

    ଧନ, ମାନ, ଜ୍ଞାନରେ ସର୍ବେ ଦ୍ୟନ୍ତି ଧ୍ୟାନ

     ଶିକ୍ଷା ସଭ୍ୟତା ନାମେ ସର୍ବେ ଅଜ୍ଞାନ

   ଚହଟ ଚିକ୍କଣ ଆମ ରୂପ ଭେକ

     ପୁଅ କାର୍ ଚଢିଲେ ବାପ ମାଗଇ ଭିକ

    ଭାଇ ସହ ଭାଇର ତିକ୍ତ ସମ୍ପର୍କ

    ନ ଦେଖିଲା ଲୋକ ଦେଖ

   ଭାଇ ଚାରା ଓ ସୁସମ୍ପର୍କେ ଗଢା

     ଆମ ଦେଶ ଓ ସମାଜର

       ଏ କି ପ୍ରକାର ବିଷମ ଦୁଃଖ

    ଅବିଶ୍ବାସ ଅଶାନ୍ତିରେ ଆମେ

     ସଭିଏଁ ଖୋଜୁଛେ ଆମ

        ପୂର୍ବ ଐତିହ୍ୟ ପରମ୍ପରା

     ପୂର୍ବ ବଂଶଜଙ୍କ ପୂର୍ବ ସମ୍ପର୍କ ।


   କି ଗାଁ କି ସହର 

     ସବୁଠି ଘୋଟିଛି

        ଅବିଶ୍ଵାସର ବିଷ ଜହର

    ଆସ ଆସ ଆମେ ମିଶି

      ଗଢି ତୋଳିବା ଆମ 

     ଏ ଦେଶର ନୂଆ ରୂପ ଭେକ

  ଯହିଁ ଥିବ ଶାନ୍ତି, ମୈତ୍ରୀ, ଐକତ୍ଵ ର ସୁଖ

     ଅବିଶ୍ଵାସର ବିଷ କୁ କାଢି ମନୁ ଓ ହୃଦୁ

    ଖଟାଇ ଆମ ବୁଦ୍ଧି ବିବେକ

     ସୁସମ୍ପର୍କର ବନ୍ଧନେ ବାନ୍ଧି ହୋଇ

    ଏକ ସ୍ଵରେ କହିବା ଆସ

     ସଭିଏଁ ଖୋଜୁଛେ ଆମ ସୁସମ୍ପର୍କ 

        ସଭିଏଁ ଖୋଜୁଛେ ଆମ ସମ୍ପର୍କ ।


   

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract