STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ସ୍ବଚ୍ଛତାର ନୂଆ ଗୀତ

ସ୍ବଚ୍ଛତାର ନୂଆ ଗୀତ

1 min
227

ଘର ଅଗଣା ମୋ ଅରମା ହୋଇଛି

ଦେଖି ଲାଗେ ବଡ଼ ଦୁଃଖ

ଜିଲ୍ଲା ପାରି ହୋଇ ରହିଅଛି ଯେଣୁ

କିଣିବାକୁ ଟିକେ ସୁଖ।

ବହୁଦିନ ପରେ ଘରକୁ ଫେରିଛି

କରୋନାର ଦୁଃଖ ପାଇଁ

ବରଷା ଦାଉରୁ ଶିଉଳି ଜମିଛି

ସେ ଆଡ଼କୁ ଦେଲି ଚାହିଁ।

ପରିବେଶ ଆମ ରହିଥିଲେ ସ୍ୱଚ୍ଛ

ସ୍ବାସ୍ଥ୍ୟ ହେବ ସେହିପରି

ଗାନ୍ଧୀ ବୁଢ଼ା କଥା ମନକୁ ଆସିଲା

ପତ୍ନିକୁ ଡାକିଲି ଠାରି।

ବେନି ଜନେ ମିଶି ଅଳନ୍ଧୁ ଝାଡିଲୁ

ଘରଟି ଦିଶିଲା ସଫା

ଅନାବନା ଗଛ ଉପାଡି ଫୋପାଡି

ସ୍ୱଚ୍ଛ ମାଳା କଲୁ ଜପା।

ଶିଉଳି ଛଡାଇ ପରିଷ୍କାର କଲୁ

ଦୁଆର, ଅଗଣା,ଛାତ

ମର୍ତ୍ତ୍ୟ ବୈକୁଣ୍ଠ ରୁ ଭାସି ଆସୁଥିଲା

ସ୍ବଚ୍ଛତାର ନୂଆ ଗୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract