STORYMIRROR

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

ଏମିତି କାହିଁକି ହୁଏ

ଏମିତି କାହିଁକି ହୁଏ

1 min
258

ଏମିତି କାହିଁକି ହୁଏ ?!

ଆଶ୍ରା ନେଇଥିବା ବାଇ ଚଢେଇ ଟି ନୀଡ଼ ଭାଙ୍ଗି ଉଡି ଯାଏ

ଜମା ହେଇଥିବା ବରଫ ଖଣ୍ଡ ଟି ପାଣି ପରି ବୋହି ଯାଏ

ଏମିତି କାହିଁକି ହୁଏ?!


ଅଚିହ୍ନା ଲୋକ ଟେ ଭିଡ ଭିତରୁ ଆପଣାର ମନେ ହୁଏ

ନିଜର ଲୋକଟି ପାଖରେ ଥାଇ ବି ନିଜଠୁ ଦୁରେଇ ଯାଏ

ଏମିତି କାହିଁକି ହୁଏ?!


ବେଳାଭୂମି ରୁ ବାଲି ଘର ଟିକୁ ସମୁଦ୍ର ଭସେଇ ନିଏ

କାହିଁ କେତେ ଦୁରୁ ଶାମୁକା ଗର୍ଭରୁ ମୁକୁତା ଫେରେଇ ଦିଏ

ଏମିତି.... କାହିଁକି ହୁଏ ?!


ମନ ଖୋଜୁଥିବା ଆପଣା ଲୋକ ଟି ଦୁରେ ଥାଇ ମନେ ପଡେ

ଦେଖା ଯାଉ ନାହିଁ ଆଉ କେହି କାଇଁ ଏତେ ଭିଡ ଚାରି ଆଡ଼େ

ଏମିତି କାହିଁକି ହୁଏ?!


ଘୃଣା କରୁଥିବା ଲୋକ ଟିକୁ କାଇଁ ମନ ଭଲ ପାଇଯାଏ

ଭଲ ପାଉଥିବା ମଣିଷ ଟିକୁ ମନରୁ ଦୁରେଇ ଦିଏ

ଏମିତି କାହିଁକି ହୁଏ?!


ଭୁଲିବାକୁ ଚାହେଁ ଯୋଉ ସ୍ମୃତି ଟିକୁ ବାରମ୍ବାର ମନେ ପଡେ

ଭାଙ୍ଗିଯିବ ବୋଲି ଜାଣିବା ପରେ ବି ବାଲି ଘର କାଇଁ ଗଢ଼େ

ଏମିତି କାଇଁକି ହୁଏ?!


କଥା ଦେଇଥିବା ମଣିଷ ଟି କାଇଁ ମୁହଁ ମୋଡି ଚାଲି ଯାଏ

ଅଜଣା ବାଟୋଇ ଯାତ୍ରା ମଧ୍ୟେ ଆସି ଶେଷ ଯାଏ ସାଥି ହୁଏ

ଏମିତି କାଇଁକି ହୁଏ?!


ଦୋଷ ନ ଥାଇ ବ ଦୋଷୀ ହଵା ପାଇଁ ପରିସ୍ଥିତି ବାଧ୍ୟ କରେ

ସବୁ ବୁଝି ସୁଝି ଅବୁଝା ହେଲେ ଏ ମନ ବା କି କରି ପାରେ

ଏମିତି କାହିଁକି ହୁଏ?!


ସଞ୍ଜ ନଇଁ ଗଲେ ଯେତେ ଦୁରେ ଥିଲେ ପକ୍ଷୀଟି ବସାକୁ ଫେରେ

ଯେତେ ରାଗ ରୁଷା ଅଭିମାନ ଥିଲେ ଆପଣା କି ପର କରେ

ଏମିତି କାହିଁକି ହୁଏ?!


ଝଡ ବତାସରେ କାଗଜ ଡଙ୍ଗାଟି ନାଚି ନାଚି ଭାସି ଯାଏ

ବଜ୍ର ପରି ଶକ୍ତ ପାଣି ଜାହାଜ ଟି ଅକାରଣେ ବୁଡି ଯାଏ

ସତରେ ଏମିତି କାହିଁକି ହୁଏ??!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract