STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ବିଷର୍ଣ୍ଣ ପ୍ରକୃତି

ବିଷର୍ଣ୍ଣ ପ୍ରକୃତି

1 min
190


ଅବସାଦଗ୍ରସ୍ତ ଆଜି

ପ୍ରକୃତି ଓ ତାର ଅଂଶୀଦାର ମାନେ

ବ୍ୟତିବ୍ୟସ୍ତ ଆଜି ମଣିଷର

ଆଧୁନିକତାର ବ୍ୟଗ୍ର ଆକାଂକ୍ଷାରେ। 


ପଶୁ ପକ୍ଷୀ ବୃକ୍ଷଲତା

ସଭିଏଁ ସଂଘର୍ଷରତ 

ମନୁଷ୍ୟକୃତ ବିଷ ବଳୟରେ

ନିଜର ପରିଚୟକୁ ଅକ୍ଷୁର୍ଣ୍ଣ ରଖିବାକୁ। 


ଆଜି ମନୁଷ୍ୟ ବି

ନିଜ ପ୍ରଗତିର ଅନ୍ଧଗଳିରେ 

ଭ୍ରମିତ ପ୍ରାୟ ଘୁରିବୁଲେ

ଜୀବନର ଆଶା ଟିକେ ପାଇଁ। 


ପ୍ରକୃତିର ଯୌଥ ପରିବାରରୁ

ନିଜକୁ ନିଜେ ପୃଥକ କରିନେଇଛି

ଅହଙ୍କାରୀ ମଣିଷ

ସାବ୍ୟସ୍ତ କରିବାକୁ ନିଜର ବୁଦ୍ଧି କୌଶଳକୁ। 


ପ୍ରକୃତି ଖୋଜୁଛି ବୋଧେ

ଅନ୍ତରୀକ୍ଷର ଆଉ କେଉଁ ଗ୍ରହ

ଯେଉଁଠି ମୁକ୍ତ ଭାବେ ସ୍ବଧର୍ମ ପାଳନେ

ସ୍ଥାପିତ କରିବ ସ୍ଥିତି ବିଶ୍ୱ ନିୟମରେ। 


କିମ୍ବା ଏ ବିଷାଣୁର ଦଂଶନରେ

ଶେଷକରି ମନୁଷ୍ୟ ସାମ୍ରାଜ୍ୟ

ଧରଣୀକୁ ଭରିଦେବ

ସବୁଜ ରଙ୍ଗର ଉଷ୍ମ ଚାଦରରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract