STORYMIRROR

Umashankar Satpathy

Abstract

4  

Umashankar Satpathy

Abstract

ଆଇସକ୍ରିମ

ଆଇସକ୍ରିମ

1 min
294


ଖୁସି ମିଶା ଲୁହ  

ଦୁଃଖ ମିଶା ହସ

ପଥିକର ଯାତ୍ରା ସତେ କେତେ ସନ୍ତୁଳିତ !

ଗୋଟେ ଚତୁର୍ଦ୍ଦିଗୀୟ ସମୀକରଣ ତ 

"ଜୀବନ"


ନିଷ୍ଠୁର ବିଭତ୍ସତାର ଆବରଣ

ହାରି ହାରି ଜିତିବାକୁ ରଣ

ସବୁ ଥାଇ ବି ଅଭାବ ପଣ

କୋଳାହଳର ବାତାବରଣ

କ୍ଷଣେ କ୍ଷଣେ ପ୍ରକୃତିର ବିସ୍ମୟ

ବଦଳାଏ ଆଚରଣ

ପ୍ରତି ଆଘାତରେ

କେତେ ଯେ ଲୋଡ଼ା ସମର୍ପଣ

ଏଇ ଜୀବନ ପାଇଁ ତ !


ଅତୀତଠୁ କଷ୍ଟ ବର୍ତ୍ତମାନ

ଛଳନା ଠିକ୍ ଆଇନା ପରି

କାଚର ଫ୍ରେମରେ ବନ୍ଦୀ

ସ୍ବପ୍ନ ଆଉ ସ୍ବପ୍ନଭଙ୍ଗର ଡର

ଆଜି ଅଛି କାଲିକୁ ନାଇଁ 


"ଜୀବନ" 

ଗୋଟେ ଆଇସକ୍ରିମ

ତରଳେ ଏତେ ଶୀଘ୍ର 

କଳ୍ପନା ବାହାରେ

ଚାଲ ଶୋଷିନେବା 

ବୋହିଯିବା ଆଗରୁ

ମିଠା ସହ ଫ୍ଲେଭର୍

ନିଜ ମନପସନ୍ଦର 

କିଏ ଜାଣେ କାଲି

ଥିବ କାହାର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract