STORYMIRROR

Rabindra kumar Sahoo

Abstract Others

4  

Rabindra kumar Sahoo

Abstract Others

ଠକଙ୍କ କାମ

ଠକଙ୍କ କାମ

1 min
244

  ଠକଙ୍କ କାମ

  ନେବା ଠାକୁର ନାମ

  'ଠ' ରେ ଠକିବା

  'ଠ' ରେ ଠିକାଦାରି କରିବା

  ଠିଆ ପାଲା କରିବା

  ଠାକୁର ଠାକୁରାଣୀଙ୍କନାମ ଧରି

  ସମାଜେ ଧର୍ମକୁ ଆଖିଠାର ମାରି

  ଆମ (ଠକଙ୍କ) କର୍ମ ହେଲା ବଞ୍ଚିବା ।

  ଶୋଷଣ, ଲୁଣ୍ଠନ

  ଅଟେ ଆମ କର୍ମ

  ତୁଣ୍ଡ କୁହେ ଖାଲି ରାମ ରାମ

  ଅନ୍ତରେ ଛଳ କପଟ ଆମ ଧର୍ମ

  ଏ ହେଲା ଆମ ଠକଙ୍କ କାମ।

  ଅଳପ ଜାଣି ବହୁ ବଖାଣିବା

  ଶାସ୍ତ୍ର ପୁରାଣରୁ

  ଘୋଷା ଢଗ ଢମାଳି

  ଛାନ୍ଦ, ଶ୍ଳୋକ ଆଦି ଗାଇ

  ଲୋକଙ୍କ ମନ ଜିଣିବା

  ଉପରେ ବିରାଡି ବୈଷ୍ଣବ ସାଜି

  ଆମିଷ ଭକ୍ଷଣ ଲାଳସା ମନେ ଆଣିବା

  ପର ତଣ୍ଟି କାଟିବା

  ପର ଧନ ଲୁଟିବା

  ପର ଅରୁଆ ଚାଉଳେ

  ହବିଷାନ୍ନ ରାନ୍ଧିବା,

  ଲୋଭ, ମୋହ ପରଶ୍ରୀ କାତରତା

  ଆମର ଅଟଇ ଯେ କାମ

  ଅଳପ ଜାଣି ଗପୁ ଖାଲି ଢମ

  ମିଛଟାରେ ନେଉ

  ମୁଖେ ଧର୍ମ ନାମ

  'ଠ' ରେ ଠକିବା

  'ଠ' ରେ ଠିକାଦାରି କରିବା

   ଆମ ଠକଙ୍କ କାମ

   ନେବା ଠାକୁରଙ୍କ ନାମ।

   ଶୁଙ୍ଘାଇ ଧରମ ନିଶା

   ଉଡାଉ ଆମେ ଲୋକଙ୍କ ହଂସା

   ସମାଜକୁ କରୁ ଭାଗ ଭାଗ

  ତହିଁରେ ସ୍ଵାର୍ଥ ନିହିତ,

   ଅଛି ଟି ଆମରି ସିଂହ ଭାଗ

   ଠକ ଧରମ ବକ ସାଜି

   ଆମେ ଖାଉ ଯେ ମାଛ

   ଧର୍ମ ନାମେ ଯେତେ ଯେତେ

କହୁ ଯେ ମିଛ ।

   ଭୁଲି ଯାଉଛନ୍ତି

  ଠକ ବକ ରୂପୀ ଧରମ ବକ

  କଙ୍କଡ଼ା ବି ଅଛନ୍ତି ଏ ସମାଜେ

  କାଟିବେ ଠକଙ୍କ ମିଛ ଧରମ ବେକ,

   ସେବେ ଛାଡିଯିବ 

   ତୁମ ମିଛ ପ୍ରବଚନ ଦିଆ

  କେତେଦିନ ତୁମେ

  ଲୋକଙ୍କୁ ବନାଇବ ଭକୁଆ

  କର୍ମ ଛାଡି ଧର୍ମ ଶାସ୍ତ୍ର ନାମ ଧରି

  କେତେଦିନ ଲୋକଙ୍କୁ ଠକି

  ଦେବ ସେ ଧର୍ମ ଅଫିମ

  କେତେଦିନ ଆଦରିନେବ ଠକଙ୍କ କାମ ?

  ଚିତା, ଚଇତନ କାଟି

  ଗେରୁଆ ପିନ୍ଧି, ଅରୁଆ ଖାଇ

  ଲୋକଙ୍କୁ ମାରିବ ଆଉ

  କେତେଦିନ ପଟି

  କେତେଦିନ ଦେଖାଇବ 

  ଏ ଧରମ ପ୍ରେମ

  ଲୋକଙ୍କ ମଧ୍ୟେ ସମାଜେ

  ସୃଷ୍ଟି କରିବ କେତେଦିନ ଏ ଭ୍ରମ

  କେତେଦିନ ଆଉ କହିବ

  'ଠ' ରେ ଠକିବା

  'ଠ' ରେ ଠିକାଦାରି କରିବା

  ଆମ ଠକଙ୍କ କାମ

  ନେବା ଠାକୁରଙ୍କ ନାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract