STORYMIRROR

Banabihari Mishra

Inspirational

4  

Banabihari Mishra

Inspirational

ସ୍ବଭାବ

ସ୍ବଭାବ

1 min
455

ଦେଖିଲି ଦୁନିଆଁ ଲୋକଙ୍କ ସ୍ବଭାବ

ଯଦି କବାଟଟା ବନ୍ଦ ରଖୁଛି

ସମସ୍ତେ ଚାହିଁବେ ଛିଦ୍ର ଦେଖି ଉଣ୍ଡି

ଜାଣିବେ ଭିତରେ କ'ଣ ଚାଲିଛି।


ଘର କବାଟଟା ଖୋଲା ରଖିଦେଇ 

ଯେ ଦେଖିବ ଦେଖୁ ଭାବିଲି ଥରେ

ବାଟେ ଯାଉଥିଲେ ଅନେକ ବାଟୋଇ

କେହି ଚାହିଁଲେନି ଆଡ ଆଖିରେ।


ଦସ୍ତୁର୍ ଏମିତି ଦେଖି ଦୁନିଆଁର

ଆବାକାବା ସତେ ମୁଁ ହେଇଗଲି

କେମିତି ଗୁପତ ରଖିବି ମୋ ଘର 

ଭିତର କଥାକୁ ଭାବି ବସିଲି।


ମିଛର ଢାଙ୍କୁଣୀ ଯେତେ ଢାଙ୍କିଲେ ବି

ସତ କଥାଟା ତ ଆଗ ଦିଶିବ

ସେଥିପାଇଁ ସତ ଖୋଲି କହିଦେଲେ

ସବୁ କଥା ଏକାବେଳେ ସରିବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational