STORYMIRROR

DAYANIDHI BAGARTEE

Inspirational

3  

DAYANIDHI BAGARTEE

Inspirational

ସ୍ବାଧୀନତାର ପରବ

ସ୍ବାଧୀନତାର ପରବ

1 min
42

କେମିତି ଭୁଲିହେବ ଭାରତ ମାଆର

      ସେ ଅମର ଯବାନମାନଙ୍କୁ

କେମିତି ଭୁଲିହେବ ଯବାନମାନଙ୍କ

      ସେ ନିଃସ୍ଵାର୍ଥ ବଳିଦାନକୁ,

ଯେଉଁମାନେ ଦେଲେ ସ୍ୱାଧୀନତାର ପରବ

ଯାହାଙ୍କ ଲାଗି ଆମ ଦେଶର ଗରବ

ଭୁଲିହେବ ନାହିଁ କେବେ ସେ ବୀର ସହିଦମାନଙ୍କୁ।

ଭାରତ ଇତିହାସେ ସ୍ୱର୍ଣ୍ଣାକ୍ଷରେ ଲେଖା ହୋଇଛି 

ସାରା ଦେଶ ସବୁତ ଜାଣି ସାରିଛି

ମିତ୍ରକୁ ସଦା ମିତ୍ର ହିଁ ମାନିଛି

ଶତ୍ରୁକୁ ତା ନିଜ ଭାଷାରେ ଜବାବ୍ ଦେବା ଜାଣିଛି। 

ପାହାଚ ପରେ ପାହଚ ସଫଳତାର ସିଡି ଚଢି

  ଆଜି ଏ ଦେଶ ଆଗେଇ ଚାଲିଛି

ନାରୀ ପୁରୁଷ ଉଭୟେ ସମାନ ଯେଉଁ ଦେଶେ

ସେ ଦେଶ ସାରା ଦୁନିଆକୁ ମିତ୍ରତାର ହାତ ବଢ଼ାଇଛି। 

ଶିକ୍ଷା କ୍ରୀଡା ଯୋଗ କାହିଁ କେତେ କ୍ଷେତ୍ରରେ

ପରାକାଷ୍ଠା ଦେଖାଇଛି ଏ ଦେଶ ଆନ୍ତର୍ଜାତିକ ସ୍ତରରେ,

ବିଶ୍ଵ ମାନିଛି ଭାରତକୁ ଯୋଗଗୁରୁ ଭାବରେ

ବସୁଧୈବ କୁଟୁମ୍ବକମ୍ ହିଁ ମୂଳମନ୍ତ୍ର ଭାରତରେ।  


        

       

     


        

       

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational