STORYMIRROR

Debaki Behera

Abstract Inspirational

3  

Debaki Behera

Abstract Inspirational

ସ୍ବାଧୀନ ଭାରତର ସ୍ଵାଦ

ସ୍ବାଧୀନ ଭାରତର ସ୍ଵାଦ

2 mins
22


ହାତରେ ସଭିଙ୍କ ତ୍ରିରଙ୍ଗା ଅଛି

ଭୁବନ ଟା ସାର କମ୍ପି ଯାଉଛି।୧।

ଜୟ ହିନ୍ଦ୍ ଧ୍ଵନି ମଧୁର ତାରେ

ଦୁନିଆ କମ୍ପୁଛି ଏଇ ଧ୍ବନିରେ।୨।

ସ୍ୱାଧୀନତା ର ଯେ ଦିବସ ଆଜି

ମନେପଡିଯାଏ ସେଇ ତ ବାଜି।୩।

ତେସ୍ତରୀ ବର୍ଷ ଯାଇଛି ବିତି

ବଦଳି ଯାଇଛି ଦୁନିଆ ନୀତି।୪।

ନାହିଁ ଆଉ ସେହି କଡ଼ା ଶାସନ

ଅଂଗ୍ରେଜ୍ ମାନଙ୍କ ବେତ କଷଣ।୫।

ଉଙ୍କି ମାରେ ମନେ ଅନେକ ପ୍ରଶ୍ନ

କିଏ ଅଛ ଦେବ ଉତ୍ତର ପୁର୍ଣ୍ଣ।୬।

ସତରେ କଣ ଆଜି ସ୍ଵାଧୀନ ଆମେ?

ଏଇ କଥା ମୋର ମନରେ ଭ୍ରମେ।୭।

ଦେଶରେ ଝିଅଟି ରାତି ଅଧରେ

ଘରକୁ ଫେରେ ସେ ଭୟ ମନରେ।୮।

ନିର୍ଭୟା କାଣ୍ଡକୁ ଭୁଲିନି କେହି

ପ୍ରିୟଙ୍କା କାଣ୍ଡ ଦିଏ ମନେ ପକେଇ।୯।

ଗଣଦୁଷ୍କର୍ମ ର ଶିକାର ହୋଇ

ପ୍ରାଣ ହାରି ଥିଲେ କଷଣ ସହି।୧୦।

କନ୍ୟା ଶିଶୁଟିଏ ଜନମ ନେଲେ

ଅଳିଆଗଦାରେ ପଡେ ସେ ଭଲେ।୧୧।

ଶିଶୁ ଶ୍ରମିକ ଯେ ଦେଶରେ ଗଦା

ପଢ଼ନ୍ତିନି ପାଠ କରେ ସେ ଧନ୍ଦା।୧୨।

ଦେଶରେ କୃଷକ ଭୋକରେ ମରେ

ଚାଷୀ ଆତ୍ମହତ୍ୟା ସୁଣିନୁ କିରେ।୧୩।

ଦାଦନ ଖଟଇ ଭାଇ ମୋହର

କାମ ମିଳେନାହିଁ ହୁଏ ବେକାର।୧୪।

ବଡ ବଡ଼ିଆଙ୍କ ଖାତିର ଏଠି

ଗରିବଲୋକକୁ ଦୁଃଖର ଭେଟି।୧୫।

ରାଜନୀତି ଏଠି ଚାଲେ ବହୁତ

କଥା ପଦେ ପାଇଁ ଅର୍ଥର ହାତ।୧୬।

ତଳ ଠାରୁ ପୁଣି ଉପର ଯାଏଁ

ଲାଞ୍ଚ ଖାଇଥାନ୍ତି ନକରି ଭୟେ।୧୭।

ନିଜ ସ୍ବାର୍ଥ ପାଇଁ ମଣିଷ ଟିକୁ

ାରିବାକୁ ଡରେ ନାହିଁ କାହାକୁ।୧୮।

ଅନ୍ୟ ଶବ ପରେ ଚଢିଣ ସର୍ବେ

ଅଗ୍ରତି ଆଡ଼କୁ ଧାଅାନ୍ତି ଦର୍ପେ।୧୯।

କଳୁଷିତ ଆଜି ହୋଇଛି ଦେଶ

ଶତ୍ରୁ ନାହିଁ କେହି ନିଜର ଦୋଷ।୨୦।

ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି

ଶତ୍ରୁ ସାଜିଛନ୍ତି କିଛି ସେପରି।୨୧।

ସେମାନେ ରୁହନ୍ତି ଏଇ ଦେଶରେ

ଦେଶ ମାତୃକା କୁ ବିକନ୍ତି ଦ୍ୱାରେ।୨୨।

ଦେଖେଇ ହୁଇନ୍ତି ଦେଶରେ ହିତେ

କାମ କରୁଛନ୍ତି ସବୁ ନିରତେ।୨୩।

ପ୍ରକୃତରେ ସତ ସେଇୟା ନୁହେଁ

ନିଜ ସ୍ବାର୍ଥ ପାଇଁ ସବୁ ବାୟା ହେ।୨୪।

ଅଂଗ୍ରେଜ ଶାସନ କିପରି ଥିଲା

ପଢି ଅଛୁ ଆମେ ପୁସ୍ତକେ ଭଲା।୨୫।

ଆମ ଦେଶ କ'ଣ ସତେ ସ୍ଵାଧୀନ

ନେଉକିବା ଶ୍ୱାସେ ସ୍ଵଚ୍ଛ ପବନ।୨୬।

ନାହିଁ ନାହିଁ ନାହିଁ ନାହିଁରେ ଭାଇ

ସ୍ଵାଧୀନ ହେଇନୁ ଏ ଯାଏ କେହି।୨୭।

ଭାରତ ମାତରେ ର ଆଖିରେ ପରା

ଖୁସି ବଦଳରେ ଲୁହ ଅସରା।୨୮।

କେବେ ହେବୁ ଆମେ ସ୍ଵାଧୀନ ସବୁ

ସ୍ୱାଧୀନତାର ସ୍ଵାଦ କେବେ ଚାଖିବୁ ।୨୯।

ତ୍ରିରଙ୍ଗା ପତାକା ଉଡ଼େ ଗଗନେ

ଅନ୍ୟାୟ ଦୁର୍ନୀତି ନରହୁ ମନେ।୩୦।

ଶପଥ କରହେ ଭଉଣୀ ଭାଇ

ଦେଶକୁ ସୁନ୍ଦର କରିବା ପାଇଁ।୩୧।

ଯେବେ ହଟିଯିବ ଦେଶୁ ଦୁର୍ନୀତି

ଅର୍ଦ୍ଧ ରାତ୍ରେ ଝିଅ ନକରିବ ଭୀତି।୩୨।

ସମସ୍ତେ ଚଳିବେ ଖୁସି ମନରେ

ନରହିବ ଦ୍ୱେଷ କାହା ମନରେ।୩୩।

ସେବେ ଦେଶ ମୋର ସ୍ଵାଧୀନ ହେବ

ପ୍ରକୃତ ମତରେ ନିଶ୍ଚେକହି ପାରିବ।୩୪।



Rate this content
Log in

Similar oriya poem from Abstract