STORYMIRROR

Debaki Behera

Abstract Inspirational

2  

Debaki Behera

Abstract Inspirational

।।ସ୍ବାଧୀନ ଭାରତର ନାରୀ।।

।।ସ୍ବାଧୀନ ଭାରତର ନାରୀ।।

1 min
9

ନିର୍ଭୟା କାଣ୍ଡ ମନେ ପକାଇ 


ଦିଏ ଅତୀତ କଥା,


ଭୁଲି ପାରିବେ ନାହିଁ କେହିବି 


ସେହି ଅତୀତ ବ୍ୟଥା।


ଆଜିବି ଶୁଭେ ଦେଶରେ ମୋର


 ସେ କରୁଣ ଚିତ୍କାର,


କେତେ ନିର୍ଭୟା ଧର୍ଷଣ ହୋନ୍ତି


 ନାହିଁ ତାର ବିଚାର।


ଅସଂଖ୍ୟ ନାରୀ ନିର୍ଭୟା ଭଳି 


ଅସୁରକ୍ଷିତ ଆଜି,


ପ୍ରତିଦିନ ର ଖବର ପୁଣି


 ଦିଅଇ ସବୁ ହେଜି।


ସ୍ୱାଧୀନତାର ବାସ୍ତରି ବର୍ଷ 


ଗଲାଣି କେବେଠୁ ପୂରି,


ହେଲେ ବି ନାରୀ କଷ୍ଟପାଉଛି 


ଅବଳା ଟିଏ ପରି।


ଏହି ଦେଶରେ ଜନ୍ମିଛନ୍ତି 


କେତେ ମହାନ୍ ନାରୀ,


ଝାଂଶୀରାଣୀ ଲକ୍ଷ୍ମୀ ବାଇ


 କେହେବ ତାଙ୍କ ସରି।


ସରୋଜିନୀ ନାଇଡୁ ପୁଣି 


ସାବିତ୍ରୀ ବାଇ ଫୁଲେ,


କଳ୍ପନା ଚାୱଲା ଯିଏ ପୁଣି 


ମହାକାଶ ଯାଇଥିଲେ।


କିରଣ ବେଦୀ ଅଫିସରଙ୍କୁ 


କେହି ନାହାନ୍ତି ଭୁଲି,


ମ୍ୟାରି କମ୍ ଭଳି ଝିଅଟି 


ଖୋଜିପାଇବନି କାଲି।


ଏଇ ଦେଶରେ ଜନମ ପୁଣି 


ଲକ୍ଷ୍ମୀ ଅଗ୍ରୱାଲ,


ଏସିଡ ମାଡ଼ ପରେ ତ ଯିଏ 


ଆଜିବି ଅମୁଲ୍ୟ ମୂଲ।


ନାରୀ ଯେ ଦୁର୍ଗା ଆଉ ଲକ୍ଷ୍ମୀ


 କୁହତ ତାଙ୍କୁ ତୁମେ,


ସେଇ ନାରୀ କୁ ରାତ୍ରେ ଦେଖିଲେ


 ଲାଳସା ମନେ ଭର୍ମେ।


ସ୍ୱାଧୀନତା ର ଭାଷଣ ବାଜି


 କର ଯେ ତୁମେ କେତେ,


ଆଜିବି ନାରୀ ଅସୁରକ୍ଷିତ


 ଦିନ ହେଉ କି ରାତ୍ରେ।


ଅଗଷ୍ଟ ୧୫ଦିନରେ ତୁମେ 


ଜାତୀୟ ପତାକା ଧରି,


ଜୟ ହିନ୍ଦ୍ କହିକହିକି 


ଯେତେ ଆସିଲେ ଘୁରି।


ସ୍ୱାଧୀନତା ର ସ୍ଵାଦ ଯେ ତୁମେ 


ଚାଖିବ ସେହିଦିନ,


ରାତିଅର୍ଦ୍ଧରେ ଏକାକୀ ନାରୀ 


ବୁଲିଆସିବ ଯେଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract