Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Drama Crime

3  

Sanjya Tripathy

Drama Crime

ସ୍ବାଦ

ସ୍ବାଦ

1 min
221



ପୋଡିଗଲା ତିଅଣରେ କି ସ୍ଵାଦ ଥାଏ ?

ଅବିକା ବାକ୍ ସ୍ୱାଧୀନତା ପରି

ଅବା ଅବାଧ, ମୁକ୍ତ ବିଚରଣର ସ୍ଵାଦ ପରି

ସେକ୍ସ ଭିଡିଓ ଭାଇରାଲ କରିବାର ସ୍ୱାଧୀନତା ପରି

ଧର୍ମ ନାଁରେ ଲୋକଂକୁ ପ୍ରୟୋଜିତ ଉତେଜନା

ଦେବା ପରି

ରାଜନୈତିକ ଛତ୍ରଛାୟାରେ ନିର୍ଭୟରେ ଅପରାଧ

କରିବା ପରି

ବଡ଼ଲୋକି ସଉକର ମୃଗୟା ପରି

ଛାୟାଶୀତଳ ବୃକ୍ଷରାଜିକୁ କଂକ୍ରିଟ କଂଗଲଲ କରିବା

ପରି

ଉନ୍ନୟନ ନାଁରେ ନିରୀହ ଲୋକଙ୍କୁ ବାସଚ୍ୟୁତ

କରିବା ପରି

ଚାଷୀ ପରବର୍ତ୍ତି ଖଣି ମାଫିଆଙ୍କୁ, କାରଖାନାକୁ

ପ୍ରୋତ୍ସାହନ ପରି

ଅଦୂରଦର୍ଶୀ ଆଭିମୁଖ୍ୟ ସଂପନ୍ନ ପ୍ରକଳ୍ପ ପ୍ରସ୍ତୁତ

କରିବା ପରି

ଲୋକଙ୍କ ପଇସାରେ ଅଦରକାରୀ ବିଦେଶ

ଯାତ୍ରା ପରି

ବାବ୍ଲକ ସାତଖୁଣ ମାଫ ପରି

ଜଗତର ନାଥ୍ୟକୁ ଉପବାସରେ ରଖିବା ପରି

ଚଳତା କାରରେ ବିଦେଶିନୀକୁ ଗଣଧର୍ଷଣ ପରି

ନିର୍ଭୟା, ଆସିଫା ପରି କୋମଳମତି କଳିକୁ

ବୃତଚ୍ୟୁତ କରି

ସ୍ଵାଧୀନତାର ସ୍ୱାଦ ଚାଖିବା ଆମେ ଆତ୍ମଗୋପନ

କରି ।



Rate this content
Log in

Similar oriya poem from Drama