ସ୍ବାଭିମାନ ଯାଇଛି ଶୋଇ
ସ୍ବାଭିମାନ ଯାଇଛି ଶୋଇ
ସ୍ବାଭିମାନ ଯାଇଛି ଶୋଇ
ଲୋଭର ମୋହରେ
ଅଭିମାନ ମାନ ଭଞ୍ଜନରେ
ଦୟାଳୁର ଦାନପାତ୍ର ପରେ ।।
ଏ କେମିତି ସ୍ବାଭିମାନ
ଯିଏ ଥିଲା ଅପ୍ରିୟ ସତ୍ୟର
ତରବାରୀ ଠାରୁ ଥିଲା ତୀକ୍ଷ୍ଣ
କି ଅବସ୍ଥା କହ ଆଜି ତୋର !!
ଅପ୍ରତ୍ୟାଶିତ ଆଶା
ପାଇବାକୁ କିଛି ଦୟା ଦାନ
ସ୍ବାଭିମାନ କରିଛି ସାଲିସ୍
ଦୟନୀୟ ହୋଇ ହୀନିମାନ ।।
ଶୁଭୁନାହିଁ ଆଉ ସ୍ବାଭିମାନ
ଦାନା କାନା ଅଯୋଗ୍ୟର ଦୟା
ସରିଅଛି ତୃଷାର୍ତ୍ତର ତୃଷ୍ଣା
ଅଭିମାନ ଭରିଦେଲା ମାୟା ।।
ଟାଣିବନି ଦଶଶୀର
କଣ୍ଠଫଟା ସ୍ବାଭିମାନ ସ୍ବର
ନୀର୍ମୂଳୀଟା ଅବଶ୍ୟ ବୁଝିଲା
କି ଓଜନ ଥିଲା ଅବା ତା'ର ।।
ଏଇମିତି ସାଲିସ୍ ତ ହୁଏ
କିନ୍ତୁ ଏତ କିଛି ବଡକଥା ନୁହଁ
ସ୍ବାଭିମାନୀ ଭାବି ଥରେ ଦେଖ
ଫେରିବକି ସେ ବଚନ ତୋର ।।
ତୂଣୀରର ଶର ଅବା
ନିଷ୍ଠୁର ବଚନ ତୋହର
ଭାଙ୍ଗିଛି ହୃଦୟ କେତେ
ସମ୍ପର୍କକୁ କରିଅଛି ପର ।।
କହ ଆଉ ଫେରିବକି ?
ଅଶାଳୀନ ଭାଷାର ମନ୍ତବ୍ୟ
ଗୁରୁ ଯିଏ ସହିଯିବ ସିନା
ଲଘୁଜନ ପାଟିର ଅଶ୍ରାବ୍ୟ ।।
ସ୍ବାର୍ଥ ପାଇଁ ସ୍ବାଭିମାନ
ଅଭିମାନ ନାଟକ ରଚନା
ଚକ୍ରବ୍ୟୁହୁ ଫେରିବାର ପଥ
କହରେ ଦାମ୍ଭିକ ମୁଢ
କି ବା ତୋତେ ଜଣା ସେ ଠିକଣା ?
ସ୍ବାଭିମାନ ଯାଇଛି ତ ଶୋଇ
ଘୋଡାହୋଇ ଲୋଭର ରେଜେଇ
ନିଃସ୍ବାର୍ଥପର ଜୀବନ ସାଧନାରେ
ସ୍ବାର୍ଥପର ମାରୁଅଛି ହାଇ ।।
