STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ସୈତାନ୍

ସୈତାନ୍

1 min
239


ସାରା ବିଶ୍ୱ ଏବେ ଆତଙ୍କିତ

କଳାବାଦଲରେ ଛାଇ ଯାଇଛି

କେତେବେଳେ କରା ପଡୁଛି ତ

ଆଉ କେତେବେଳେ ବିଜୁଳି

ଅଦିନିଆ ମେଘ ପରି ଏଠି

ଯମର ଅଚାନକ ଆମନ୍ତ୍ରଣ

ବିନା ଇଶାରାରେ ବୃଦ୍ଧ ବି

ଖସି ପଡେ ଅଥଳ ସାଗରରେ

ମାଆ କାନ୍ଦେ ଯୁବା ପୁଅକୁ ହରାଇ

ସ୍ତ୍ରୀ ଆଜି ଅଣନିଃଶ୍ଵାସୀ ହୁଏ

ବିବାହର ବର୍ଷେ ପୁରି ନାହିଁ

ଝିଅ ଶାଶୂଘରକୁ ଯାଇଛି ଯେ

ଆଉ ଜନ୍ମ ମାଟି ଦେଖିନାହିଁ

ତାଲାବନ୍ଦ ଅଭିଯାନ ଚାଲିଛି

ମୂକ ପାଷାଣର ଦେହରେ

ଗ୍ରହଣର ସୈତାନ୍ ମାତିଛି

କାହାକୁ ମାରୁଛି କାହାକୁ ତାରୁଛି

ତା କ୍ରୂର ଚାହାଣୀର ଆଗେ

କିଏ ବା ବର୍ତ୍ତି ଯାଇଛି ତ

ଆଉ କିଏ ହନ୍ତସନ୍ତ ହୋଇ

ଗୋଳେଇ ଘାଣ୍ଟି ହେଉଛି ।

ପାଶବିକ ତା'ର ଅତ୍ୟାଚାର

ବ୍ୟାଘ୍ର ପରି କରେ ଆକ୍ରମଣ

ହୃଦସ୍ପନ୍ଦନକୁ ଶିଥିଳ କରି

ନେଇ ଯାଉଛି ମାନବ ଜୀବନ

ଏ ପଟେ ଖରାର ଦହନ

ସେପଟେ ତାଲାବନ୍ଦ ଗଞ୍ଜଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy