STORYMIRROR

Mr.Siddheswar Behera

Abstract Romance

4  

Mr.Siddheswar Behera

Abstract Romance

ସାଥୀ ତୁମ ବିନା

ସାଥୀ ତୁମ ବିନା

1 min
275


ସାଥୀ ତୁମ ବିନା 

ଜୀବନର ମାନେ କିଛି ନାହିଁ ।

ତୁମେ ମୋ ଜୀବନେ ଆସିନଥିଲେ 

ଖାଲି ଶୁଖିଲା ଝରଣାଟେ ମୁହିଁ ।। 


ବୁଲୁଥିଲି ଏକାଏକା 

ଦିଗହରା ହୋଇ ।

ଆସି ମୋ ଜୀବନେ ତୁମେ 

ବାଟ ଦେଲ ଦେଖାଇ ।। 


ହସ ଫୁଟାଇଲ ମୋ ଓଠରେ 

ତୁମ ଭଲପାଇବା ଦେଇ ।

ଅବାଟରୁ ବାଟକୁ ଆଣିଲ

ମିଠାମିଠା କଥା କହି ।।


ତୁମ ସ୍ପର୍ଶରେ ଥିଲା 

ଏ କି ପ୍ରକାର ଯାଦୁ ।

ପାଷାଣକୁ ପ୍ରାଣ ଦେଲ 

ଜାଳି ତୁମେ ନିଜକୁ ।। 


ବେରଙ୍ଗ ଜୀବନେ ସାଥୀ 

ତୁମେ ଭରି ଦେଲ ରଙ୍ଗ। 

ରଙ୍ଗିନ୍ ହେଲା ମୋ ଜୀବନ 

ପାଇ ତୁମ ସଙ୍ଗ।। 


ସାଥୀ ତୁମ ବିନା ମୋତେ 

କିଛି ଭଲ ଲାଗେନା ।

ତୁମେ ଥିଲେ ମୋ ପାଖେ 

ମୁଁ ଆଉ କିଛି ଖୋଜେନା।। 


କଥା ଦିଅ ସାଥୀ ତୁମେ

ସଦା ସାଥେସାଥେ ଥିବ ।

ଆସୁ ଏ ଜୀବନେ ଯେତେ ଝଡ

କେବେ ମୋ ହାତ ନ ଛାଡିବ ।।



Rate this content
Log in

Similar oriya poem from Abstract