STORYMIRROR

Ramachandra Bhutia

Romance

4  

Ramachandra Bhutia

Romance

ସାଥି ତୋତେ ଝୁରେ ମନ

ସାଥି ତୋତେ ଝୁରେ ମନ

1 min
578

ଆଜି କାଇଁ ସାଥି ତୋତେ ଝୁରେ ଏ ମନ

ଭାରି ଅସହାୟ ତୋ ବିନା ଜୀବନ


ଦେଖିବାକୁ ଇଚ୍ଛା ଖାଲି ତୋ ସପନ

ଚାଲିଆ ପାଖକୁ ମୋର ଦେଉଚି ରାଣ ତୋତେ ଦେଉଚି ରାଣ


ଦେଖିବାକୁ ତୋତେ କେତେ କରେ ବାହାନା

ଦେଖାହେଲେ ତୋ' ଆଖି ମୋ' ସାଥେ ଆଖି ମିଶାଇ ପାରେନା


ବୁଝି ମୁଁ ପାରେନା ଏ କାହିଁକି ହୁଏ

ଦେଖିଲେ ତୋତେ ମୁଁ ଦିନ ଗୋଟିଏ


ଲାଗେ ମୋତେ ସତେ ଗୋଟେ ଯୁଗ ଗଲାଣି

କେମିତି କହିବି ତୋତେ ବାଟ ପାଉନି


ଭଲ ମୁଁ ପାଉଛି ତୋତେ କରୁନି ପାପ

ଦେଇପାରୁ ଇଛା ହେଲେ ତୁ ଅଭିଶାପ


ତଥାପି କାହିଁକି ଆଜି ବୁଝେନା ମନ

ଦେଖିବାକୁ ତୋ ଚେହେରା ହୁଏ ଉଚ୍ଛନ୍ନ


ଆଜି କାଇଁ ସାଥି ତୋତେ ଝୁରେ ଏ ମନ

ଭାରି ଅସହାୟ ତୋ ବିନା ଜୀବନ


କହି ମୁଁ ପାରେନା ହେଲେ ପାଉଛି ଭଲ

ଜାଣେନା ତୁ ଦେବୁ କି ନା ମୋ ପ୍ରେମ ମୂଲ


ନିଜ ଠାରୁ ତୋତେ ବେଶି ଭଲ ପାଉଛି

ତୋ ପାଇଁ ସାରା ରାତି ବସି ଭାବୁଛି


ସତ କହ ପ୍ରିୟା ମୋର ତୁ' କି ଜାଣୁ ନା

କରିଛି ମୁଁ ତୋତେ ପରା ମୋ ଆଖି ଆଇନା


ମନା ତୁ କରିଲେ ଭାଙ୍ଗି ଯିବ ମୋ ମନ

ଜୀବନ ମରଣ ହେବ ସବୁ ସମାନ


ତୁ ପରା ଅଟୁ ମୋର ଛାତି ସ୍ପନ୍ଦନ

ତୋତେ ଛାଡ଼ିଦେଲେ ଛାଡି ଯିବ ଏ ପ୍ରାଣ


ଆଜି କାଇଁ ସାଥି ତୋତେ ଝୁରେ ଏ ମନ

ଭାରି ଅସହାୟ ତୋ ବିନା ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance