STORYMIRROR

Kalandi pal

Inspirational

3  

Kalandi pal

Inspirational

ସାତ ସୁରେ ବନ୍ଧା ଏ ଜୀବନ

ସାତ ସୁରେ ବନ୍ଧା ଏ ଜୀବନ

1 min
383


ଗାଇବା ପାଇଁ ତୋ ଭଜନ ଜଣାଣ

ସାତସୁରେ ବନ୍ଧା ଏ ମୋର ଜୀବନ

ସବୁତ ତୋହର ଦାନ ମା ତାରିଣୀ

     ସବୁ ତ ତୋହର ଦାନ.

ଅଜିତ ଚଇତି ପୁନେଇଁ ଦିନ. l0l


ତାଳେ ତାଳେ ବହେ ଚଇତି ପବନ

ଚଇତି ଘୋଡ଼ାର ନାଚ କିଣେ ମନ

ଢୋଲ, ତୁରୀ ବଜେ ତାଳେ ରହି ରହି.

ଗାଇବି ବୋଲି ମାଆ ତୋର ଜଣାଣ.

    ସବୁ ତ ତୋହରି ଦାନ. l1l


ଭାବେ ଭରା ଥାଏ ଭକତର ମନ

ଆଶିଷ ଆଞ୍ଜୋଳେ ଦେଉ ମା ଦାନ

ସେହି ଆଶିଷରୁ କାଣିଚାଏ ପାଇଁ

ଗାଇ ତୋ ଭଜନ ଗାଇ ତୋ ଜଣାଣ.

    ଭାବେ ହଜିଯାଏ ତୋ ପାଦେ ମନ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational