ସ୍ଵାର୍ଥାନ୍ଧ
ସ୍ଵାର୍ଥାନ୍ଧ

1 min

94
ସ୍ବାର୍ଥର ଗାଗରୀ ଭରିଯିବା ପରେ
ମନ ମୋର ବାରମ୍ଵାର ପଚାରେ
ଅହର୍ନିଶି ଅନବରତ ଏକଇ ପ୍ରଶ୍ନ
ତୁମେ କିଏ ଆଉ ମୁଁ କିଏ?
ଭାବ ସମ୍ପର୍କ ସବୁ ଧୁଆଁବାଣ
ଦରକାର ନାହିଁ ତାହାର ପ୍ରମାଣ
ପ୍ରତିଶ୍ରୁତି ଯେ' ପାଣିର ଗାର
ଏହି ତ ପୀରତି ବେଭାର!
ଲୋକାଚାର ଅବା ବାଧ୍ୟବାଧକତା
ମାନିନେବାରେ ଦୁହିଁଙ୍କ ହିତ
ଦୁନିଆଁର ଅଲିଖିତ ନୀତି ଇଏ
ଆମେ କେହି ଦୋଷୀ ନୁହେଁ!