STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସାଙ୍କେତିକ ଚେତାବନୀ

ସାଙ୍କେତିକ ଚେତାବନୀ

2 mins
9

କବିତା - ସାଙ୍କେତିକ ଚେତାବନୀ
 ରଚନା - ପଞ୍ଚାନନ ଜେନା
ତାରିଖ -୧୫-୧୦-୨୦୨୫
 +++++++++++++++++
 ପର୍ବ ପର୍ବାଣୀ ଆସିଲେ
ଦୁର୍ଗା - ଲକ୍ଷ୍ମୀ - କାଳିପୂଜା ଦେଖିଲେ
 ଗଣେଷ - କାର୍ତ୍ତିକ - ସରସ୍ଵତୀ ପୂଜା ପଡ଼ିଲେ
ମୋ ମନରେ ସ୍ୱତଃ ପ୍ରଶ୍ନ ଉଠେ
ତତଲା ହାଣ୍ଡିରେ ଖଇଫୁଟିଲା ପରି
ମୋ ମନ ମସ୍ତିସ୍କ ତୁଠେ

 ଗହନ ଚିନ୍ତନ କଲି
ବାରମ୍ବାର ପ୍ରଶ୍ନ ପଚାରି ଉଖାରି ଥକିଲି
ଉତ୍ତର ପାଇବି କ'ଣ
ପୁଣି ଅନୁଚିନ୍ତାର ଶରଶର୍ଯ୍ୟାରେ ଶୋଇଲି
ମହାଭାରତର ପିତାମହ ଭୀଷ୍ମପରି
 ଦେଖୁଥିଲି ବୁଝୁଥିଲି ଜାଣୁଥିଲି
ମାତ୍ର ପ୍ରତିଦାନରେ
 ସମାଧାନର ବିନ୍ଦୁ ବିସର୍ଗ ବି ଆସୁ ନ ଥିଲା
 ମୁଣ୍ଡଟା ଲାଗୁଥିଲା ଫମ୍ପା ମାଠିଆ ପରି ଖାଲି
ଶବ୍ଦ କୋଳାହଳରେ କମ୍ପିଉଠୁଥିଲା ହଲି ଦୋହଲି

 ଏ ସନ ଦଶହରା ଜଳ ଗହଳ ପ୍ରବଳ
ମା' ଦଶଭୂଜା ଆସିଲେ ଆବର୍ତ୍ତ ସାବର୍ତ୍ତ ଧରି
ମର୍ତ୍ତ୍ୟକୁ ଚଞ୍ଚଳ ସହଳ
ବର୍ଷା ବିତ୍ପାତରେ ବନ୍ୟା ଦୁର୍ବିପାକରେ
ଜନ ଜୀବନ ଧୂମାଳ ହେମାଳ

 ମା' ସିଂହବାହିନୀ ଫେରିବେ ଗଜରେ ବୋଲି
 ଚାରିଆଡେ ପଡିଛି ହୁରି ଚହଳ
 ଚାରିଆଡ଼େ ଶୁଖଶାନ୍ତି ବିରାଜିବ
 ଫସଲ ଅମଳ ବି ଭଲ ହେବ
 ଆଶାର ମୁକୁଟ ପିନ୍ଧେଇ ଲଗେଇ ଭକ୍ତମାନେ
ଭସାଣୀରେ ଲଗେଇଛନ୍ତି ପ୍ରବଳ ସମାଗମ ଗହଳ

 ଆମ ପୂର୍ବ ପୁରୁଷମାନେ
 ସମାଜର ବଡ଼ପଣ୍ଡା ପ୍ରତିହାରୀ ପଢିୟାଗୀ ମାନେ
ବୋଧେ ପୂଜାପାଠ ମାଧ୍ୟମରେ
ବୋଧେ ବାର ମାସରେ ତେର ପର୍ବ ପର୍ବାଣୀ ପାଳନ ଭିତରେ
କିଛି କହିବାକୁ ଚାହୁଁଥିଲେ କି ?
କିଛି ଶିଖେଇବାକୁ ମଣୁଥିଲେ କି ?

 ବୋଧେ ଭାବୁଥିଲେ
ପୃଥିବୀ ହେଉ ନିର୍ଭୟ ଅଭୟ ଆଶ୍ରୟସ୍ଥଳୀ
 ସଫା ସୁତରା କର୍ମସ୍ଥଳୀ
ଯହିଁ ଫଡ଼ ଫଡ଼ କରି ଡେଣାଝାଡି
ଟିକି ଚଢେଇ ପରି ଶିଖି ଲମ୍ବା ଉଡ଼ାଣ
 ମାପି ପାରିବ ଅନନ୍ତ ଆକାଶର ଦେହ ଦେହଳୀ

 ପୁଣି ମଣୁଥିଲେ
 ଆଉ ଯେବେ ସେହି ପୃଥିବୀର କୋଳ ହେବ କଳଙ୍କିତ
 ରକ୍ତର ଛିଟାରେ ହେବ ଆତଙ୍କିତ
କାମୁକ ଲମ୍ପଟର ରାଜତ୍ଵରେ ହେବ କବଳିତ
ଦୁର୍ଗା କାଳି ଦଶଭୂଜା ହେବାକୁ
ଚଣ୍ଡି ଚାମୁଣ୍ଡି ମହିଷାମର୍ଦ୍ଦିନୀ ହେବାକୁ
ନନ୍ଦୀ ଭ୍ରୃନ୍ଦୀ ଖଣ୍ଡା ଖର୍ପର ଧାରିଣୀ ସାଜିବାକୁ
 ଗଣେଷ ବାର୍ତ୍ତିକ ବିଜୟ ବାହିନୀ ହେବାକୁ
ଦଶାନନ ରାବଣମାନଙ୍କର ମୁଣ୍ଡକାଟ କରିବାକୁ

 ବୋଧେ ଥିଲା
 ନର-ନାରୀ ଭକ୍ତମାନଙ୍କୁ ସାଙ୍କେତିକ ବାର୍ତ୍ତାଧ୍ବନି
ବୋଧେ ଥିଲା
 ଆବାଳ ବୃଦ୍ଧ ବନୀତାଙ୍କୁ ବିଶୁଦ୍ଧ ଚେତାବନୀ
ବୋଧେ ଥିଲା
 ସମଗ୍ର ସମାଜକୁ ବୁଦ୍ଧ ବୌଦ୍ଧିକ ମୂର୍ତ୍ତିକୌନ୍ଦ୍ରିକ ସନାତନୀ |


Rate this content
Log in

Similar oriya poem from Inspirational