STORYMIRROR

Padmalaya Mishra

Abstract

3  

Padmalaya Mishra

Abstract

ସାଙ୍ଗ

ସାଙ୍ଗ

1 min
209


ଏବେ କାହିଁକି କେଜାଣି

ଭାରି ମନେ ପଡେ

ସ୍କୁଲ କଥା ସ୍କୁଲ ସାଙ୍ଗ କଥା

ମୋ ଝିଅ ଏବେ ସ୍କୁଲ ଯାଉଛି

କେମିତି କଟିଲା ସ୍କୁଲରେ ଆଜି ଦିନ ପଚାରିଲେ

କହୁଛି ମାମା ଏବେ ଆଉ

ତମବେଳ କଥା ନାହିଁ

ମୋ ପାଠ ପଢା ଠିକ୍ ଚାଲିଛି

ଏକ୍ଜାମ୍ ରେ ବି ଭଲ ମାର୍କ ରଖୁଛି

ସ୍କୁଲରେ ଆଜି ଏନଭାରନମେଣ୍ଟ ଡେ

ସେଲିବ୍ରେଟ୍ ହେଲା

ଆମ ହାଉସକୁ ଏନଭାରନମେଣ୍ଟ ଫ୍ରେଣ୍ଡ

ଆଓ୍ଵାର୍ଡ ମିଳିଲା ।

ଫାମିଲି ହ୍ଵାଟ୍ସଆପ ଗ୍ରୁପରେ

ପିକ୍ ସେୟାର କରିଛି

ଦେଖିନବ ଡିଟେଲ୍

ସାମ୍ ଘରକୁ ବାର୍ଥ୍ ଡେ ପାର୍ଟିକୁ ଯାଉଛି ।


ସତରେ କେତେ ବଦଳିଗଲା ସମୟ

ସାଙ୍ଗ ମାନେ ଖାଲି

ପାର୍ଟିକୁ ନେଇ ଚର୍ଚ୍ଚାର ବିଷୟ

ସୌମ୍ୟା ସାମ୍ ହେଲାଣି

ବବିତା ବେବ୍ ହେଲାଣି

ସାଙ୍ଗ ପରିସୀମା ବଦଳି ଗଲାଣି ।


କି ମଧୁର ଥିଲା ସେ ସମୟ

ସାଙ୍ଗ ମାନଙ୍କୁ ନେଇ ଥିଲା ପରିଚୟ

ସ୍ଵାତୀ ଇତି ଜୁଲି ମିଲି ପୁଷ୍ପିତା

ଲୋପା ଦୀପା ଲିପି ଆଉ ଅର୍ପିତା

ପଛ ବେଞ୍ଚର ସେ ମଜା

ଗୌରୀର ତୁ ତୁ ତୁ ତାରା ଗୀତ

ସାଙ୍ଗକୁ ପୁଡିଆରେ ବାରମଜା

ମାମା ସାଙ୍ଗେ ସିକ୍ରେଟ୍ ସେୟାର

ହୋ ହଲା କରି ସାରଙ୍କ ହାତେ ଧରା ପଡିଲେ

କାନ୍ଥରେ ବସୁ ଚେୟାର ।

କାନ ଧରାଧରି ହେଇ ବସ ଉଠ

ବେଳେ ବେଳେ ସାରଙ୍କ ଛାଟ

ସାଙ୍ଗ ମାନଙ୍କ ସହ ଗପିବାରେ

ଦେଇ ପାରେନି ବାଧା

ପାଠ ଓ ଗପ ଚାଲେ ଅଧାଅଧା ।


ଏମିତି କେତେ କଥା ସ୍ମୃତି ହୋଇ ରହିଛି

ବେଳେ ବେଳେ ଚଳଚ୍ଚିତ୍ର ପରି

ଆଖି ଆଗକୁ ଆସୁଛି 

ହାଏ ବାଏ ର ସବୁ ଏବେ ସାଙ୍ଗ

ବୁଝି ପାରିବେନି

ସେ ସବୁ ଦିନକୁ

ଜୀବନ ଥିବା ଯାଏ

ହୃଦୟ ସାଇତି ଥିବ ସେ ସ୍ମୃତିକୁ ।।


Rate this content
Log in

Similar oriya poem from Abstract