STORYMIRROR

Bijaya Panda

Classics

3  

Bijaya Panda

Classics

ସାଙ୍ଗ ସହ ଦିନଟିଏ

ସାଙ୍ଗ ସହ ଦିନଟିଏ

1 min
346

ସ୍କୁଲକୁ ଯିବା ଆଉ ସ୍କୁଲରୁ ଫେରିବା

କେତେ କୌତୁହଳ ଥିଲା ସତେ

ଡକା ଡକୀ ହେଇ ବସ୍ତାନି ଧରି

ଗାଁ ସରକାରୀ ସ୍କୁଲରେ ପ୍ରାର୍ଥନା ଘଣ୍ଟା

ବାଜିବା ପୂର୍ବରୁ ଧାଁ ଦୌଡ଼ ହେଇ ପହଞ୍ଚିବା

ଡେରିରେ ପହଞ୍ଚିଲେ ଗୋଡ଼ି ଦେଇ ଆଣ୍ଠେଇବା


ସ୍କୁଲ ଛୁଟି ପରେ ବଗିଚାରୁ ରୁ ଆମ୍ବ, ଜାମୁକୋଳି

ତୋଳି ସ୍କୁଲ ବ୍ୟାଗ ରେ ଭରିବା

ଏ ସବୁର ସ୍ମୃତି କେତେ ସୁନ୍ଦର ଥିଲା ସତେ

କଲେଜ ପଢିଲା ବେଳେ ହଷ୍ଟେଲରୁ ଫେରି


ସାଙ୍ଗ ହେଇ ଗାଁ ନଇଁ ବନ୍ଧ , ଆମ୍ବତୋଟା ଆଡ଼େ

ଦି ଭେଡ଼ା ବୁଲି ଆସିଲେ ଆତ୍ମ ତୃପ୍ତି ଲାଗୁଥିଲା

ସନ୍ଧ୍ୟା ବେଳେ ଗାଁ ପୋଲ ପାଖେ

ବସି ସ୍କୁଲ ବେଳର କଥା ସବୁ ଗପିଯାନ୍ତି

ସେଇ ବୋଧେ ଥିଲା ଏକ ଆନ୍ତରିକ ବନ୍ଧୁତ୍ବ

ବିତିଯାଇଥିବା କିଛି ସାଙ୍ଗ ସାଥୀ ମେଳର ଅଭୁଲା ଦିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics