STORYMIRROR

SushreeBaisakhi Sahoo

Children

4  

SushreeBaisakhi Sahoo

Children

ସାନ ଭାଇ ଜନ୍ମଦିନରେ

ସାନ ଭାଇ ଜନ୍ମଦିନରେ

1 min
260

ସବୁଠାରୁ ସାନ

ସବୁଠୁ ଗେହ୍ଲା

ତୁ ଅଟୁ ଭାରି ଜିଦିଆ,

ଟିକେ ତୁ ଦୁଷ୍ଟ ,

ଟିକେ ବଦମାସ୍

ଅଟୁ ଭାରି ତୁ ମନୁଆ ,

ମନୁଆ ହେଲେ ବି ମନ ତୋର

ସ୍ୱଛ କାଚ କେନ୍ଦୁ ସମ ନିର୍ମଳ ,

ସ୍ୱଭାବେ ଅଟୁ ତୁ ଚପଳ ।

ଓଠରେ ତୋହର ହସ ଖେଳୁଥିଲେ

ସଂସାର ଆମର ହସେ,

ଲୁହ ଦେଖିଦେଲେ ତୋ ଦୁଇ ଆଖିରେ

ଆମକୁ ଅନ୍ଧାର ଦିଶେ ।।

ଜୀବନେ ଆମର ଜୀବନ ହୋଇ

ତୁ ଯେବେଠୁ ଆସିଛୁ 

ଆରମ୍ଭ ତୋ ଠାରେ,

ଶେଷ ବି ତୋ ଠାରେ

ଆମ ସବୁ ଦିନ ରାତି ,

ଆଜି ତୋ ଜନମ ଦିନରେ

ଏତିକି ବିନତୀ ଠାକୁରଙ୍କ ପାଖେ,

ତୋ ଜୀବନର ପ୍ରତ ଟି ମୁହୂର୍ତ୍ତ କଟୁ ଥାଉ ସୁଖେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children