STORYMIRROR

Krushnapriya Mohapatra

Abstract Inspirational

2  

Krushnapriya Mohapatra

Abstract Inspirational

ସାମର୍ଥ୍ୟ

ସାମର୍ଥ୍ୟ

1 min
3K

ନେତୃତ୍ୱ ନେବାର ସାମର୍ଥ୍ୟ ନଥାଏ

ସଭିଙ୍କର ମନ ମସ୍ତିଷ୍କ ରେ।


ଯିଏ ପାରିବାର ପଣ ନେଇ ଜନ୍ମି ଥାଏ

ସେଇ ଏକ ଶୁଭ ସମୟରେ


ସିଏ ଢାଲ ଭଳି ଠିଆ ହୋଇପାରେ

ବିପଦକୁ ସାମ୍ନା କରିପାରେ


ନିଜକୁ ପ୍ରସ୍ତୁତ କରିପାରେ

ଶତ୍ରୁଙ୍କ ଆଗରେ ଛାତି ପତାଏ


ଅସ୍ତ୍ର ଆଉ ଶସ୍ତ୍ର କୁ ନିଜ ଭିତରେ

ସମାହିତ କରିପାରେ।


ଶୃଙ୍ଖଳ କୁ ଛିନ୍ନ କରି ବିପଦରୁ

ଉଦ୍ଧାର କରିବା ପାଇଁ ସଜ୍ଜ


ଅନ୍ୟର ଆଖିର ଲୁହ ଦେଖି

ହୋଇ ଯାଏ କ୍ଷୁବ୍ଧ।


ଯୁଦ୍ଧ ର ଶଙ୍ଖ ନାଦ କରି

ଧର୍ମ ଯୁଦ୍ଧର ଦିଏ ଆହ୍ୱାନ


ମୃତ୍ୟୁ ପରେ ଅମର ସେଇ

ରହିଥାଏ ଯିଏ ଅନ୍ୟ ପାଇଁ


ବରୀ ନିଏ ମୃତ୍ୟୁ ଚିରନ୍ତନ।

ଲଭି ଥାଏ ସ୍ୱର୍ଗର ଆନନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract