STORYMIRROR

Jagannath Das

Inspirational

3  

Jagannath Das

Inspirational

ସ୍ଵାକ୍ଷର ଦିବସ

ସ୍ଵାକ୍ଷର ଦିବସ

1 min
207


ଅକ୍ଷର ଶିଖିଲେ

ସ୍ଵାକ୍ଷର ହେବ

ଏହା ବିଧି ର ବିଧାନ


"ଅ" ରୁ ହିଁ କ୍ଷରଈ

"ସ"ରେ ତ ଭରଈ

ଏହା ପାଠ ର ନିଦାନ...


ସ୍ଵାକ୍ଷର ଦିବସ

ପାଳଇ ତ ବିଶ୍ୱ

ନିରକ୍ଷର ରୁହ ନାହିଁ


ବିଶ୍ୱ କୁ ଆଲୋକ

କର ଶତ ମୁଖ

କ୍ଷରଣେ ଅକ୍ଷର ବହି...


ଏମନ୍ତ କାଳର

ହବା ନିରକ୍ଷର

ଏହା ଉଚିତ ନୁହଁଈ


କ୍ଷରେ ଛନ୍ଦାଛନ୍ଦି

ଅକ୍ଷର କୁ ଧୁନ୍ଦି

ମସ୍ତିସ୍କେ ପୁରାଅ ତୁହି...


ଆୟତ ନୟନେ

ଦେଖ ହେ ନିମଗ୍ନେ

"ପା" ରୁ "ଠ " କୁ ତୁମେ ଯାଇ 


ପାଠ ପଢି ଗଲୁ

ସ୍ଵାକ୍ଷର ହୋଇଲୁ

ପରିବାର ଖୁସି ହୋଇ...


"ପା "ଅଟଈ ପାଦ

"ଠ " ଅଟଇ ମୁଣ୍ଡ

ପାଠ ଇଏ ତ ଅଟଇ


ପାଦ ଠାରୁ ମୁଣ୍ଡ

ଶିକ୍ଷା ପାଏ ଗଣ୍ଡ

ଶିକ୍ଷକ ଦ୍ୟନ୍ତି ବୁଝାଇ....


ଏହା ଗୁଢ ତତ୍ତ୍ୱ

ପାଠ ର ମାନେ ତ

 ଗୁରୁ ଙ୍କୁ ଅଜଣା ଏହି


ପାଠ ମାନେ କଣ

ପଚାରି ଦିଅ ତ

ବୁଦ୍ଧି କାମ କରେ ନାହିଁ...


ଅଜଣା ଶିକ୍ଷକ

ଶିଷ୍ୟ ଙ୍କ ଆଳୟେ 

ପାଠ କୁ ପଢ଼ାନ୍ତି ବସି


ସ୍ଵାକ୍ଷର ଦିବସ

ଦସ୍ତଖତେ ଶେଷ

ପାଳନ୍ତି ବିଶ୍ୱ ବାସୀ ....


Rate this content
Log in

Similar oriya poem from Inspirational