STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ସାକ୍ଷୀ ଏ ପୂନେଇ ଜହ୍ନ

ସାକ୍ଷୀ ଏ ପୂନେଇ ଜହ୍ନ

1 min
131


ଶ୍ରାବଣର ଘନ ନିବିଡେ ବନ୍ଧନ

ସାକ୍ଷୀ ଏ ପୂନେଇ ଜହ୍ନ

ବାନ୍ଧିବ ଭଉଣୀ ଭାଇ ହାତେ ରାକ୍ଷୀ

ସେନେହ ପ୍ରୀତି ବନ୍ଧନ ।

ନୁହେଁ ମାତ୍ର ରାକ୍ଷୀ ରେଶମର ଡୋର

ମନ୍ତ୍ର ଏ ଜୀବନ ସୂତ୍ର

ହର୍ଷ ଓ ଉଲ୍ଲାସେ ରକ୍ତ ସୁସମ୍ପର୍କ

ରଖେ ସଦା ଉଜାଗର ।

ଧୂପ ଦୀପ ପୁଷ୍ପ ଅର୍ଘ୍ୟ ଚନ୍ଦନରେ

ଭାତୃପୂଜା ବନ୍ଦାପନା

ଭଉଣୀର ମୁହଁ ଦିଶେ ହସହସ

ମନେ ଶୁଭ ସଙ୍କଳ୍ପନା ।

ଖୁଆଇ ଦିଅନ୍ତି ଭଉଣୀ ଆଦରେ

ଭାଇଙ୍କ ପାଟିରେ ମିଠା

ହୁଅନ୍ତୁ ଦୀର୍ଘାୟୂ ସହୃଦୟ ଭ୍ରାତା

ମନାସି ଥାନ୍ତି ସୁରକ୍ଷା ।

ଖୁସି ମନେ ଭାଇ ଭଉଣୀଙ୍କ ହସ୍ତେ

ଦିଅନ୍ତି ସ୍ନେହୋପହାର

ନିଅନ୍ତି ଶପଥ ଜୀବନରେ କେବେ

ଭାବିବେନି ତାକୁ ପର ।

ଗେଲବସରର ଭଉଣୀ ନିମନ୍ତେ

ରହିବେ ଜାଗ ତିଆର

ପତାଇବେ ଛାତି ବିପଦ ଆପଦେ

ପୋଛିଦେବେ ଲୁହ ତାର ।

ଭାଇଭଉଣୀଙ୍କ ମଧୁର ସମ୍ପର୍କ

ପବିତ୍ର ରକ୍ଷାବନ୍ଧନ

ଆମ ସ°ସ୍କୃତିକୁ ରଖେ ସମୁଜ୍ଜ୍ୱଳ

ଉନ୍ମେଷେ ସ°ପ୍ରୀତି ପ୍ରେମ ।

   



Rate this content
Log in

Similar oriya poem from Inspirational