STORYMIRROR

Chinmayee Sahoo

Romance

4  

Chinmayee Sahoo

Romance

ସାଜିବି ତୁମ ସଜନୀ

ସାଜିବି ତୁମ ସଜନୀ

1 min
408

ଆଖିରେ ଆଖିରେ ପ୍ରେମର ମହୁଲି

ପିଆଇଲ ଯେବେ ସାଥୀ ।

ତୁମଛବି ନାଚେ ଶୟନେ ସପନେ

ଓଠରେ ତୁମର ଗୀତି ।

ଝୁରିହୁଏ ମନ ତୁମ ସହ ସ୍ମୃତି

ବିତିଛି ଯାହା ଜୀବନେ ।

ତୁମକୁ କହିବି ଅକୁହା କଥା ମୋ

ଅଛି ଯାହା ଏଇ ମନେ ।

ମାନେନା ମାନେନା ମନ ମୋର କିଛି

ତୁମ ପ୍ରେମେ ପାଗଳିନୀ ।

ତୁମକୁ ପାଇଲେ ସାଥୀରୁପେ ବନ୍ଧୁ

ସାଜିବି ତୁମ ସଜନୀ ।

ସଜେଇ ହୁଏ ମୁଁ ଲାଜେଇ ଯାଏ ମୁଁ

ବିନା କାରଣରେ କାହିଁ ।

ତୁମକଥା ଭାବି ଦିନ ରାତି ବିତେ

ଜାଣି ନପାରଇ ମୁହିଁ ।



Rate this content
Log in

Similar oriya poem from Romance