STORYMIRROR

Ghanashyam Biswal

Tragedy

2  

Ghanashyam Biswal

Tragedy

ସାଇତି ରଖିଛି

ସାଇତି ରଖିଛି

1 min
139

ସାଇତି ରଖିଛି ଅଭୁଲା ସ୍ମୃତିକୁ

ମନରେ ହୃଦୟେ ମୋର

ଭୁଲିବି କେମିତି ପଛକଥା ସବୁ

ସୁନା ଜହ୍ନ ଥିଲୁ ମୋର


ବିଚଳିତ ଥିଲେ ମୁରୁକି ହସରେ

ମନ ନେଉଥିଲୁ କିଣି.

ଅବୁଝା ମନକୁ ବୁଝେଇ ହସେଇ

ନେଉଥିଲୁ ପାଖେ ଟାଣି


ପ୍ରେମର ପୀରତି ଶିଖାଇଲୁ ଧନ

ନାୟିକା ପ୍ରେମିକା ସାଜି

ସାତପର କରି ଚାଲିଗଲୁ ସିନା

କାନ୍ଦୁଛି ହୃଦୟ ଆଜି


ଦେଇଥିଲୁ କଥା ରଖି ହାତେ ମଥା

ସାତ ଜନମ ତୁ ସାଥେ ରହିବୁ

କଣ୍ଟା ପଡ଼ିଥିଲେ ଚାଲିବା ବାଟରେ

ଫୁଲରେ ବିଛାଇ ଦେବୁ


ଜାଣିଲି ଦୁନିଆ ସ୍ୱାର୍ଥପର ବୋଲି

ସାଜି ପ୍ରେମିକ ତୋ ଜୀବନେ

ଜିଇଁଥିବା ଯାଏ ମରିବା ଯାଏଁ ଲୋ

ରଖିଥିବି ତୋତେ ମୋ ମନେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy