STORYMIRROR

Binodini Dash

Abstract

4  

Binodini Dash

Abstract

ସାଇତି ରଖିଛି ତୁମ ସେ ଚିଠି

ସାଇତି ରଖିଛି ତୁମ ସେ ଚିଠି

1 min
351


ଭଲ ପାଇବାର ସ୍ମୃତି ସଉଧରେ

ସାଇତି ରଖିଛି ତୁମ ସେ ଚିଠି

ଥିଲା ଆମ ପ୍ରେମ କେତେ ମଧୁମୟ 

ଆଜି କିଆଁ ହେଉଅଛ କପଟୀ ?

ସାମାନ୍ୟ ଖର୍ଚ୍ଚରେ ଚାହଁ ତରାଟି

ମୁଭି, ଥିଏଟର, ପାର୍କ ବୁଲାଇବା

କଥାଟିକୁ ଏବେ ଦେଉଛ କାଟି ।


ଜୀବନସଙ୍ଗିନୀ କରି ନେଲା ପରେ

ସବୁରଙ୍ଗ ତୁମ ଗଲା ବଦଳି

ଘରକୋଣଟାରେ ପଡ଼ି ରହି ମୁହିଁ

ନିଇତି ଛାଡେ ଆକୁଳେ ବୋବାଳି 

ଫିଟାଇ କେବଳ ସେ ସ୍ମୃତି ଥଳି

ଗୋଟିଗୋଟି କରି ସାଉଁଟି ଚାଲଇ

ଜୀବନ-ରଙ୍ଗରେ ଦେବାକୁ ବୋଳି ।


ପ୍ରେମଫେମସବୁ ଚୁଲିକୁ ଗଲାଣି

ବୋତଲ ସାଥିରେ କରିକି ପ୍ରେମ

ପେଟେ ପିଇଦେଇ ହୁକୁମ ଜାରିରେ

ପିଠିରେ ମୋହର କର ଜୁଲମ 

ଏହା କି ପୁରୁଷପଣିଆ ତୁମ

କଥା ଦେଇ କଥା ରଖି ପାରିଲନି

ଭାବିହୁଏ ଖାଲି କଲି କି ଭ୍ରମ ।


ଯେବେ ଟିକେ ମୋତେ ମିଠା କଥା କୁହ

ମନଟା ମୋହର ଯାଏ ଭରସି

ସ୍ବଭାବଟା ତୁମ ଗଲା କି ବଦଳି

ମନକୁ ପଚାରି ରହେ ଆଶ୍ବାସି

ଚିଠିଟି କେବଳ ମୋ ଗଣ୍ଠିଧନ 

ଅସହାୟ ଅନୁଭବରେ ପଠନ 

ହାଲୁକା ଲାଗଇ ଟିକେ ମୋ ମନ ।



Rate this content
Log in

Similar oriya poem from Abstract