STORYMIRROR

padmaja pati

Children

4  

padmaja pati

Children

ସାହସ

ସାହସ

1 min
24

ଭୟଟି ମନରୁ ହଟିଯାଏ ସଦା
ଯା'ର ଉପସ୍ଥିତି ପାଇଁ
ବାଧା, ପ୍ରତିବାଦ ଆସୁଥାଏ ଯେତେ
ସହଜେ ଯାଏ ଦୂରେଇ l
ସାହସ ନିଏ ତ ଭିନ୍ନ ଭିନ୍ନ ରୂପ
ପରିସ୍ଥିତି ବଦଳିଲେ
ମନର ସାହସ ଜିଣଇ  ଅଚିରେ
ପରୀକ୍ଷା ଯେତେ ଆସିଲେ l
ନୈତିକ ସାହସ ଥିଲେ ମଣିଷର
ହୃଦେ ଦୃଢ଼ ଭାବ ବହି
ବିବାଦୀୟ ପରିସ୍ଥିତି ଆଗେ କେବେ
ମଥା ନୁଆଁଏନା ସେହି l
ତ୍ରେତୟା ଯୁଗରେ ରାବଣ ଆଗରେ
ବିଭୀଷଣ କହି କଥା
ହରାଇଲା ପରିବାର ସୁଖ ସିନା
ନୁଆଁଇଲା ନାହିଁ ମଥା l
ଛୋଟ ଜୀବ ହୋଇ ଗୁଣ୍ଡୁଚି ରଖିଲା
ସବୁ ପ୍ରାଣୀଙ୍କର ଯଶ
ସେତୁ ବନ୍ଧ ଲାଗି ଧୂଳି ନେଇ ଦେହେ
ପାଇଲା ରାମ ପରଶ l
ସାହସ ଧନକୁ ସଞ୍ଚିବ ଯତନେ
ପିଲାଏ ରଖିବ ଧ୍ୟାନ
ବିପଦେ ନ ହୋଇ ଅଧୀର କେବେ ହେଁ
ହେବ ସଦା ଧୈର୍ଯ୍ୟବାନ l


साहित्याला गुण द्या
लॉग इन

Similar oriya poem from Children