ସାହିତ୍ୟିକ, ହୃଦୟେ ନରଖ ଅଳିଆ
ସାହିତ୍ୟିକ, ହୃଦୟେ ନରଖ ଅଳିଆ
ରାଗ, ହିଂସା, ଘୃଣା, ମିଛ ଓ ପ୍ରତାରଣା
ରହିଲେ ହୃଦୟରେ
କେମିତି ଅନ୍ୟାୟ ଅନୀତିକୁ ବିରୋଧର
ଚିନ୍ତା ଆସିବ ମନରେ
ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ କର୍ମ ମଣିଷତ୍ୱ
ନଥିଲେ ମନର ଭିତର
ଲେଖନୀ ମାଧ୍ୟମେ କିପରି ଦେବ ବାର୍ତ୍ତା, ମଣିଷ
ହୋଇବାକୁ ସଦାଚାର.
ସ୍ୱାର୍ଥରେ ଜଡିତ ହେଲେ ନିରନ୍ତର, ସାହାସ
କେଉଁଠୁ ଆସିବ
ଲେଖନୀ ମାଧ୍ୟମେ କିପରି ଦେବ ବାର୍ତ୍ତା ଆସିବ
ସମାଜେ ବିପ୍ଳବ
ନ୍ୟାୟ ପାଇଁ ସର୍ବଦା ମୁଁ ଲଢ଼ୁଥିବି, ବଡ ବଡ
କଥା କହୁଥିବ,
କର୍ମର ପଥରେ ଆସିଲେ ଖଣ୍ଡାର ଧାର ପଛ
ଘୁଂଚା ଦେଉଥିବ
ସାହିତ୍ୟ ସଂଗଠନ କରି ଦୁର୍ନୀତିଗ୍ରସ୍ତ ନେତା
ମନ୍ତ୍ରୀ ଅବା ବ୍ୟକ୍ତିକୁ ଡାକିବ
ନିଜେ ନିଜ ପାଇଁ ସଭା ସମିତି କରି ବଡ କବି
ବୋଲି ମାନପତ୍ର ନେବ
ପଙ୍କ ମଧ୍ୟରୁ କମଳର ଜାତ ପରି ହୋଇଛନ୍ତି
ସୃଷ୍ଟି ବହୁତ ଲେଖକ
ଋଷ ସାହିତ୍ୟର ପ୍ରତିଷ୍ଠିତ ସାହିତ୍ୟିକ ମାକ୍ସିମ
ଗର୍କିଂକ ଠାରୁ ହିଁ ଶିଖ
ଦୁଃଖ ଯନ୍ତ୍ରଣାରେ ଜର୍ଜ୍ଜରିତ ହୋଇ ମନ ମଧ୍ୟରେ
ଚିନ୍ତା ପଶି ଥିଲା
ଆତ୍ମହତ୍ଯା କରିବେ, ସେହି ଭାବନାରେ
ମାଈ ଚାଇଲ୍ଡହୁଡ଼ ପୁସ୍ତକ ଲେଖା ହୋଇଗଲା
ସେହି ଲେଖା ଜନ ମାନସରେ ଆଦୃତ ହୋଇ
ତାଂକର ମନକୁ ସୁଦୃଢ଼ କରିଲା
ୱ।ର ଏନ୍ଡ ପିସ୍,ମଦର ପରି ବହୁ
ସାହିତ୍ୟ ତାଂକୁ ବିଶ୍ୱ ଦରବାରେ ପ୍ରତିଷ୍ଠିତ କଲା
କେତେ ଯେ ସାହିତ୍ୟ ସାଧକ ଥାଇ ଦେଶଭକ୍ତ
ପାଇଛନ୍ତି ଶାସକ ଦ୍ୱାରା ଫାଶୀ
ଆମର ସ୍ବାଧୀନତା ଆନ୍ଦୋଳନରେ ଜୀବନକୁ
ବଳିଦାନ ଦେଲେ ହସି ହସି
ଫୁଲଠୁ କୋମଳ ପବିତ୍ର ଭାବନା ସବୁ ବେଳେ
ସାହିତ୍ୟ ସାଧକର ହୃଦୟ
ଶାନ୍ତି ମୈତ୍ରୀ ପ୍ରୀତି ଜାତୀୟ ସଂହତି ଲେଖାରେ
ସେ କରିଥାଏ ପାଠକର ହୃଦୟ ଜୟ
ଉଚ୍ଚ ନୀଚ୍ଚ ଜାତି ଜାତି ଧରମ ବିଭେଦ ପ୍ରଥାବାଦୀ
ସବୁକୁ ମନରୁ ଦୁରେଇ ଦିଅ
ଭାତୃ ମନୋଭାବେ ଅହଂଙ୍କାର ତ୍ୟାଗ କରି ନୂତନ
ସନ୍ଧାନରେ ମନକୁ ଲଗାଅ
ଲେଖି ଚାଲ ଜନ ସେବା ପାଇଁ ଜନ ସାଧାରଣଂକୁ
ପ୍ରଗତିର ପଥକୁ ଆସିବା ପାଇଁ,
ହୃଦୟେ ନରଖି ଅଳିଆ ସ୍ବଚ୍ଛତା ହୃଦୟେ, ଲେଖି
ଚାଲ ସମାଜ ହିତକୁ ନେଇ।
