STORYMIRROR

Bharatabandhu Biswal

Inspirational

4  

Bharatabandhu Biswal

Inspirational

ସାହିତ୍ୟ

ସାହିତ୍ୟ

1 min
390


ବ୍ୟୁତ୍ପତ୍ତିରୁ ଜ୍ଞାତ ସାହିତ୍ୟ ହିଁ ସତ୍ୟ ଆଧାରିତ ।


ଆଜ୍ଞାବହ ଅନୁଗତ ପ୍ରତ୍ୟେକ ସାହିତ୍ୟିକ

କବି ଓ ଭାବୁକ 

ଅନୁଗାମୀ ସଂସ୍କାରର ଜଣେ ଜଣେ

 ଭକ୍ତ ସିଦ୍ଧହସ୍ତ

ସ୍ବଭାବତଃ ବୀର ହନୁମନ୍ତ,

ସମୟର କଷଟୀରେ ସତ୍ୟ ପ୍ରମାଣିତ ।


ସତ୍ୟର ପ୍ରତିଷ୍ଠା ଲକ୍ଷ୍ୟେ ସାହିତ୍ୟିକ 

ଜଳୁଥାଏ ଅହରହ

ଜାଳିପାରେ ହୁତାଶନ ସ୍ୱର୍ଣ୍ଣମୟୀ ଲଙ୍କା,

ଜୀବନକୁ ଲଗାଇ ବାଜିରେ ନିମିଷକେ

ଲଙ୍ଘିପାରେ ନଈ ନାଳ ସମୁଦ୍ରର ବାଧା,

ଅସମ୍ଭବ ସତୀ ସୀତା ଉଦ୍ଧାରଣ

 ସତ୍ୟ ସଂଜ୍ଞା ନିରୂପଣ ନିଷ୍ଠା ପରାକାଷ୍ଠା,

ସାହିତ୍ୟର ସହଯୋଗ ବିନା ।


ସାରସ୍ୱତ ଅଭିନବ ସାହିତ୍ୟର ଅନୁରାଗ

ସମାଜିକ ସମଷ୍ଟି ଭାବନା,

ପ୍ରକାଶେ ସୁଜ୍ଞାନ ଦିବ୍ୟ ସତ୍ୟ ଶାନ୍ତି ସୁନ୍ଦରର

ଉନ୍ମେଷଇ ଅମୃତ ଚେତନା,

ଜାଗ ବୀର ହନୁମାନ ସତ୍ୟସନ୍ଧ ସାହିତ୍ୟିକ

ନାଦ ବ୍ରହ୍ମ ପବନ ତନୟ

ଜୟ ହେଉ ଜୀବନର ସତ୍ୟ ପାଉ ପୂଜା,

ରାବଣର ହେଉ ଅନ୍ତ ରାମଙ୍କ ବିଜୟ ସହ

ରାମରାଜ୍ୟ ହେଉ ସୁପ୍ରତିଷ୍ଠା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational