STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ସାହିତ୍ୟ ସୃଜନୀ

ସାହିତ୍ୟ ସୃଜନୀ

1 min
3


କିଏ ଅଛ ଆସ ସାହିତ୍ୟ ସୃଜନୀ

   ମନ ହୃଦୟରୁ ଖୋଜ

ଆକଣ୍ଠ ସଭିଏଁ ପାନ କରିବାକୁ

   ଈଶ୍ୱରଙ୍କ ନାମ ଭଜ 

   ପ୍ରେମର ବର୍ଷାରେ ଭିଜ 

କାମନା ବାସନା ଯେଉଁଠାରେ ଅଛି

   ସଂସାର ହାଟରେ ଆଜ।୧

ଭାଇ ଭଉଣୀ ହେ କେଇ ଦିନ ପାଇଁ

   ମିଳିତ ହୋଇଛେ ଆସି

ତାଲିମ କେନ୍ଦ୍ରରେ ନାଚିବା ଗାଇବା 

   ସହ କୋଳାକୋଳି ହସି

   ଆସନ୍ତା କାଲିକୁ ବାସି

ହସଖେଳ ଆଉ ପାଇବା କି ବନ୍ଧୁ

   ଯାଅନି ନୀରବେ ବସି।୨

ସାହିତ୍ୟ ସୃଜନୀ ତାଲିମ କେନ୍ଦ୍ରରୁ

   ଶିକ୍ଷାପାଇ ଚାଲିଯିବା

କର୍ମର କ୍ଷେତ୍ରରେ ଯାଇ ନିଜ କାମ

   ପାଠଦାନ କରୁଥିବା 

   ଜଗତ ହୋଇବ କାବା 

ଧର୍ମର ଦାଣ୍ଡରେ ପ୍ରେମ କରିବାକୁ

   ପଛଘୁଞ୍ଚା କିଆଁ ଦେବା?୩

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract