Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସାହିତ୍ୟ ନୀଳକମଳ

ସାହିତ୍ୟ ନୀଳକମଳ

1 min
272



କାଗଜର ଫୁଲ   ନୁହଁଇ ସାହିତ୍ୟ

     ସୁଗନ୍ଧ ସୁବାସହୀନ

ସାହିତ୍ୟ ନୁହଁଇ   ଖେଳନା କଣ୍ଢେଇ

    ସାହିତ୍ୟ ଅଟେ ଜୀବନ ।

ସାହିତ୍ୟରୁ ସୃଷ୍ଟ    ଦର୍ଶନ ବିଜ୍ଞାନ

     ଭାବ ସମୁଦ୍ର ସାହିତ୍ୟ

ସାହିତ୍ୟ ସୁନ୍ଦର    ଜୀବନ ଆନନ୍ଦ

     କଳ୍ପ ଚିରନ୍ତନ ସତ୍ୟ ।

ସାହିତ୍ୟ ଉଜ୍ଜ୍ୱଳ   ଆଲୋକିତ ଶିଖା

     ବେଦଶାସ୍ତ୍ର ଦିବ୍ୟଜ୍ଞାନ

ପୁରାଣ ପୁରୁଷ     ପରମ ଈଶ୍ୱର

     ସୁସାହିତ୍ୟ ସୁଦର୍ଶନ ।

ଭାବିବାନି ଶସ୍ତା   ଭାବନା ସାହିତ୍ୟ

     ହୋଇପାରେ କିଣାବିକା

ସାହିତ୍ୟ ସୃଜନ   ଶ୍ରେଷ୍ଠ ସୃଷ୍ଟିକର୍ମ

     ସମାଜ କବଚ ରକ୍ଷା ।

ସର୍ଜନ ଶକତି   ଅନନ୍ୟ ପ୍ରତିଭା

     ସାହିତ୍ୟ ଦିବ୍ୟ ଆୟୂଧ

ପ୍ରବହେ ଜୀବନ   ରୂପ ରସ ରଙ୍ଗ

    ଉନ୍ମଷେ ଜୀବନବୋଧ ।

ନୁହେଁ ପ୍ରାଣହୀନ   ଦର୍ପଣ କେବଳ

     ସାହିତ୍ୟ ପଦାର୍ଥ ଜଡ଼

ନୁହଁ ଇ କୃତ୍ରିମ   ସୃଷ୍ଟି ପ୍ରାକୃତିକ

     ସାହିତ୍ୟ ବିନ୍ଦୁ ବିସର୍ଗ ।

ବିକଶେ ଚରିତ୍ର   ଆଦର୍ଶ ଉତ୍ତମ

     ସାମାଜିକ ମୂଲ୍ୟବୋଧ

ସଙ୍କଳେ ସାହିତ୍ୟ  ଗାଥା ଓ କବିତା

     ଅମୂଲ୍ୟ ସମ୍ପଦ ବେଦ ।

ଭାଷା ସୁମଧୁର    ଅମୃତ ନିର୍ଝର

     ସାହିତ୍ୟ ପଞ୍ଚମ ସ୍ୱନ

ଭରେ ଅନୁରାଗ   ସ୍ନେହ ପ୍ରୀତି ପ୍ରେମ

     ଉଲ୍ଲସେ ଜୀବନ ପ୍ରାଣ ।

ହ୍ରଦ ସହସ୍ରାରେ   ପୁଷ୍ପ ଶତଦଳ

     ସାହିତ୍ୟ ନୀଳ କମଳ

ବିକଶୁ ସୁରଭି   ସ୍ୱର୍ଗୀୟ ସୁଷମା

     ପ୍ରବହୁ ମଳୟାନିଳ ।

       ----


Rate this content
Log in

Similar oriya poem from Inspirational