Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

3.3  

Sadananda Sahoo

Inspirational Others

ସ୍ଵାଗତଂ ନବ ବର୍ଷ

ସ୍ଵାଗତଂ ନବ ବର୍ଷ

1 min
411



ନୂଆ ବରଷର ପହିଲି କିରଣ

ସମୃଦ୍ଧି ବିଭବି ହେଉ , 

ଅପସରି ଯାଉ ରୋଗଶୋକ ଦୁଃଖ 

ଦୁଃଖୀଜନ ହସିଦେଉ !1! 


ବ୍ରହ୍ମାଣ୍ଡ ଠାକୁର ଜଗତ ଈଶ୍ଵର 

ଜୟ ଜୟ ଜଗନ୍ନାଥ , 

କରୁଣାର ଫୁଲ ଝରି ପଡୁ ସତ 

ପାଦ ପଦ୍ମେ ପ୍ରଣିପାତ !2!


କୋଡିଏଟା ଆସୁ ଉଣେଇଶି ଯାଉ

ସ୍ଵାଗତ ବିଦାୟ ପର୍ବ , 

ଅଭିନନ୍ଦନରେ ସର୍ବେ ଉଜାଗରେ 

ନିଆରା ସମ୍ପର୍କ ଭାବ !3!


ନୂଆ ବରଷର ନୂଆଗୀତ ମୋର 

ସ୍ପନ୍ଦନ ଶବଦ ହେଉ , 

ପାଠକ ପାଠିକା ସମ୍ପଦ କଣିକା 

ଭାବନାରେ ନାଆଁ ରହୁ !4!


ପ୍ରେମଫୁଲ ବର୍ଷା ସଭିଁଙ୍କ ସଦିଚ୍ଛା 

ଅବିରତେ ପଡ଼ୁ ଝରି ,

ଶତାବ୍ଦୀ ବିଜୟ ବିଂଶତା'ର ହସ 

ଶୁଭ ଫଳେ ବିଭାବରୀ  !5!


ପ୍ରେମର ପ୍ରେମିକା ସର୍ବଜନାଦୃତା

ଭଲପାଉ  ମନଭରି , 

ପ୍ରେମ ଫଗୁରଙ୍ଗ ବାସୁ ମହମହ

ହସିଦେଉ ସୁନାଗୋରି !6 !


ଅସୁମାରି ଆଶା ନହେଉ ନିଆଶା 

ସର୍ବସୁଖ ହେଉ ପ୍ରାପ୍ତ ,

ହସର ଜୁଆର ଖୋଲୁହେ ' ଦୁଆର 

ଲୁହ ହୋଇ ଯାଉ ସୁପ୍ତ !7!


ପାପର ବିଲୟ ହେଉ ଆହେ'ନାଥ 

ଏତିକି ବିନତି ଅଳି , 

ଅପସରି ଯାଉ ବ୍ୟଭିଚାରି ସତ 

ଲାଗିବନି ଆଉ କଳି !8! 


ମାନ ଅଭିମାନ ରାଗଋଷା ପଣ 

ରଖ ନାହିଁ କେହି ମନେ , 

ଆନନ୍ଦ ମନରେ ବୋଲିବା ସରବେ 

ସ୍ଵାଗତମ  ଜାଗରଣେ !9!


ଏନବ ବରଷ ପ୍ରୀତିର ପରଶ 

ପ୍ରେମଫୁଲ ମହକିବ , 

ହେ'ପ୍ରଭୁ ଗୋସାଇଁ ଜଗତର ସାଇଁ 

ଅଜାଡି ଦିଅ ବିଭବ !10!



Rate this content
Log in

Similar oriya poem from Inspirational