Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

3  

Aparti Charan Sethi

Tragedy

ସ୍ଵାଗତ ନବ ବର୍ଷ

ସ୍ଵାଗତ ନବ ବର୍ଷ

2 mins
162



ଦିନଟି ଆଜି ଲାଗୁଛି ନୂଆ 

   ମନ ଲାଗୁଛି ନୂଆ,

ତେଇଶି ନେଲା ବିଦାୟ ବନ୍ଧୁ

   ଚବିଶି ଆଡ଼େ ଚାହାଁ।

ତେଇଶି ଆଖି ଲୁହରେ ଭିଜେ

   ଚବିଶି ଓଠେ ହସ,

ପୁରୁଣା ବର୍ଷ ନିଏ ବିଦାୟ

   ସ୍ଵାଗତ ନୂଆ ବର୍ଷ।

ନୂଆ ବରଷ‌ ମିଠା ପୁଡ଼ିଆ

   ଆଣିଛି ଆମ ପାଇଁ,

ସ୍ନେହ ପ୍ରେମରେ ବାଣ୍ଟିକୁଣ୍ଟିକି

   ଖାଅ ଭ‌ଉଣୀ ଭାଇ।

ନୂଆ ବରଷ ଆସିଲା ଯେବେ

‌ ଉଚ୍ଛନ୍ନ ହେଲେ କବି,

ନୂଆ ବରଷ କବିତା କେତେ

   ଲେଖିଲେ ଭାବି ଭାବି।

ମୁଁ କି କବିତା ଲେଖିବି ଭାଇ

   ଶବ୍ଦଟି ପାଉ ନାହିଁ,

ଏଣୁ ତେଣୁ ଯା' ଲେଖୁଛି ପଦେ

    ପଢ଼ିବେ ମନ ଦେଇ।

ମୋ ପିଲାବେଳ ଆଜି କାହିଁକି

   ବେଶୀ ତ ମନେ ପଡେ,

ନୂଆ ବରଷ ଆସେ ଗ୍ରିଟିନିସ୍‌

    ଚିଠି କି ଲଫାପାରେ।

"One glass water

      two glass bear,

O'my dear 

     Happy New year.

"ଓ୍ଵାନ୍ ଓ୍ଵାନ୍ ଟୁ, I love you,

   ଟୁ ଟୁ ଫୋର୍,

      Happy New Year".

ଏମିତି ଅନେକ ସାହିରୀ ଲେଖାରୁ

   ନୂଆ ବର୍ଷ ବାସୁଥାଏ,

ଭଳିକି ଭଳି ସେ କାଟୁନୁ‌ ଚିତ୍ରରେ 

   ଲଫାପାଟା ଭରିଯାଏ।

"You are my ସାଙ୍ଗ

    not କରିବ ରାଗ,

ଯଦି କରିବ ରାଗ,

    that is my ଭାଗ୍ୟ"

"ଅରୁଆ ଚାଉଳ କାନ୍ଥରେ ଚିତା

   ଯେଉଁଠି ବସିଲେ ତୁମରି ଚିନ୍ତା",

"ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ

    ସାଙ୍ଗକୁ ମୋର ଅଭିନନ୍ଦନ‌"।

"ପତର‌ ପତର‌ ପାନ ପତର

    ପତର‌ ଉପରେ ଗୁଆ,

ପୁରୁଣା ବର୍ଷକୁ ବାଏ ବାଏ ପୁଣି

    ହାଏ ହାଏ‌ ସାଙ୍ଗ ନୂଆ"।

"ଆସ ଆସ ଡିଅର୍ ଫ୍ରେଣ୍ଡ୍

     କର ନାହିଁ ଲେଟ୍,

ତୁମ ପାଇଁ ଖୋଲା ଅଛି 

     ମୋ ହୃଦୟ ଗେଟ୍"।

ଏଇଥିରେ ଥିଲା ନୂଆ ବରଷର‌

    ଖୁସି ବୋଳା ହସଟିଏ,

ଆଜି ଏ ମାଇକି ଡିଜେ‌ ସାଉଣ୍ଡରେ

    ମନ ମୋ ବୁଝୁ ନ ଥାଏ।

ଛାତିରେ ବ୍ୟାନର ହାପି‌ ନିୟୁ ଇୟର

    ମାରି କିଛି ଲାଭ ନାହିଁ,

ସେ ଅଭିନନ୍ଦନ ଲାଗେ ମୂଲ୍ୟହୀନ

   ଯଦି ମନେ ସ୍ନେହ ନାହିଁ।

ହାଏ ହାଏ ହାପି‌ ନିୟୁ ଇୟର‌ରେ 

    ଓଡ଼ିଆ ମର୍ଯ୍ୟାଦା ତୁଟେ,

ଜୟ ଜଗନ୍ନାଥ କହିବାକୁ କିଆଁ

    ଆମ ଜିଭ ନ ଓଲଟେ ?

ହସ ଖୁସି ଶାନ୍ତି ଆନନ୍ଦରୁ ବୋଧେ

    ଆଜି କିଏ କାଢି ନିଏ,

ଫେସବୁକ୍ ଫ୍ରେଣ୍ଡ୍ ଲକ୍ଷେଥାଉ ପଛେ

    ପ୍ରକୃତ ସାଙ୍ଗଟି କିଏ?

ଦେଖି ବାକୁ ଗଲେ ମୋ ଓଡ଼ିଶାର

    ଭାବଟି‌ କା' ପାଖେ ଅଛି,

ପଣା ସଂକରାନ୍ତୀ ଦିନଟିକୁ କିଏ

    ନୂଆବର୍ଷ ପାଳୁଅଛି ?

ଆଜି ଏ ଇଂରାଜୀ ନବବର୍ଷ ଆସେ

    ଅର୍ଦ୍ଧ ନଗ୍ନ ଝିଅ ଭଳି,

ଆଜି ଏ ଦୁନିଆଁ ହେଉଛି ବାଇଆ

    ତା' ମିଛ ପ୍ରେମରେ ପଡି।

ଛେଳି କୁକୁଡ଼ାଙ୍କ ବିକଳ ଚିତ୍କାର

    ଚାରିଆଡେ ଶୁଭିଯାଏ,

ଜାନୁଆରୀ ଏକ ବଡ଼ ଦୁର୍ବିପାକ

    ତାଙ୍କ ପାଇଁ ଆଣୁଥାଏ।

ଯଦି ନବ ବର୍ଷ ପାଳୁଛ ପାଳୁଥା

    ଦିନଟିର‌ ସ୍ମୃତି ନେଇ,

ଗଛଟିଏ ଆଜି ଲଗାଅ ଭାଇରେ‌

    ଜଗତ ଉଦ୍ଧାର ପାଇଁ।

ନିଜ ପିତାମାତା ଲକ୍ଷ୍ମୀ ଜଗନ୍ନାଥ

    ତାଙ୍କ ପଦ ରେଣୁ ପାଅ,

ଦୁଃଖୀ ଦରିଦ୍ରଙ୍କୁ ପାରୁଅଛ ଯଦି

    ଆଡ‌ ନେତ୍ରେ ବାରେ ଚାହଁ।

ଜୀବନ ଯଦି ହୁଏ ପ୍ରବନ୍ଧ

    ବାକ୍ୟ ଏଠାରେ ସ୍ମୃତି,

ନୂଆ ବରଷ ରୂପେ ସମୟ

    ଟାଣେ ପୂର୍ଣ୍ଣଚ୍ଛେଦଟି।


Rate this content
Log in

Similar oriya poem from Tragedy