ସାଗର ଓ ତୁମେ
ସାଗର ଓ ତୁମେ
ସିନ୍ଧୁ ଦେଖିଲେ ମନେପଡେ ତୁମ ସହ ପ୍ରଥମ ଭେଟ
ତୁମ ଅଳସୀ ଆଖିରେ ସାଗରର ଗଭୀରତା
ତୁମ ଚାଲିରେ ଲହଡିର ଚପଳତା l
ତୁମେ ମୋ ସରମି ଲତା ତୁମକୁ ଦେଖିଲେ
ସେଇ ପୁରୁଣା ଓଡ଼ିଆ ଗୀତରୁ ପଦେ
ସାଗର କୂଳେ ଦିନେ ଦେଖିଲି ଝିଅ ଟିଏ
ରୂପ ତା ମନଚୋରା ଚାହାଣୀ ମଧୁଝରା ଚାଲିରୁ ଝରୁଥିଲା କବିତା ।

