ସାଗର ଭିତରେ ଶାମୁକା
ସାଗର ଭିତରେ ଶାମୁକା
ସାଗର ଭିତରେ ଶାମୁକା
ଶାମୁକା ଭିତରେ ମୋତି,
ମୋ' ମନରେ "ମୁଁ' ତୋ' ମନକୁ
ରଖିଛି କରି ସାଇତି |
କେମିତି କହିବି ତୁମକୁ
ପ୍ରେମର ପରିଭାଷାକୁ,
ଲାଜ ଲାଗଇ କହିବାକୁ
ଦେଖିଲେ ତୁମ ମୁହଁକୁ |
ମୁରୁକି ହସି ଓଠ ଚାପି
ମଥାକୁ ଦିଏ 'ମୁଁ ' ପୋତି,
ବାଟରେ ତୁମକୁ ଦେଖିଲେ
ପଡଇ ପ୍ରେମର ଜାଲେ,
ମନରେ ସବୁବେଳେ ଭାଳେ
ଶୋଇବାକୁ ତୁମ କୋଳେ |
ତୁମକୁ ମୁଁ କହୁଛି ଏବେ
ତୁମେ 'ମୋ' ଜୀବନ ସାଥୀ,

