Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Subas Chandra Rout

Classics Others

4  

Dr Subas Chandra Rout

Classics Others

ସାଧୁ ଏ ଗ୍ରାମ ମଡ଼ାଙ୍କ ଗ୍ରାମ

ସାଧୁ ଏ ଗ୍ରାମ ମଡ଼ାଙ୍କ ଗ୍ରାମ

1 min
155



ପୈଗମ୍ବର ମରେ ପୀର ବି ମରେ, ମରେ ପ୍ରାଣବନ୍ତ ଯୋଗୀ,

ରାଜା ମରନ୍ତି ପ୍ରଜା ମରନ୍ତି, ମରନ୍ତି ବୈଦ୍ୟ ଓ ରୋଗୀ ।

ଚନ୍ଦ୍ରମା ମରେ ସୂର୍ଯ ବି ମରେ, ମରେ ଧରିତ୍ରୀ ଆକାଶ,

ଚଉଦ ଭୂବନ ଶାସକ ମରେ. ଏଠାରେ ରଖୁ କି ଆଶ ।

ନଅ ବି ମରେ ଦଶ ବି ମରେ, ଅଠାଅଶୀ ମରିଥାନ୍ତି,

ତେତିଶ କୋଟି ଦେବ ମରନ୍ତି, କାଳର ଏହା ହିଁ ଗତି ।

ନାମ ଅନାମ ରହେ ଅନନ୍ତ, ନାହିଁ ତ ତଥ୍ୟ ଦ୍ୱିତୀୟ,

କହେ କବୀର ଶୁଣ ଭାଇ ସାଧୁ, ପଥଚ୍ୟୁତ ନାହିଁ ହୁଅ ।


Rate this content
Log in