ସାଧନାର ମହାଦୀପ
ସାଧନାର ମହାଦୀପ
ସେବା ହିଁ ଶାଶ୍ୱତ ସେବା ପରଂବ୍ରହ୍ମ
ସେବା ହିଁ ସ୍ବର୍ଗୀୟ ତପ
ସେବାରେ ମିଳଇ ପରମ ସଂତୃପ୍ତି
ସେଵା ରେ ହିଁ ମନ୍ତ୍ର ଜପ ll
ସ୍ୱାର୍ଥ ତ୍ୟାଗ ସହ ଆନ ସେଵା ଅଟେ
ସଂସାରରେ ବଡ଼ ଧର୍ମ
ନୁହେଁ ଲୋଡ଼ା କେବେ ମନ୍ଦିର ମସଜିଦ
ହିଂସା ଦ୍ୱେଷ ଭରା କର୍ମ ll
ଗୀତା ଭାଗବତ କୋରାନ ବାଇବେଲ
ଲୋଡ଼ା ନୁହେଁ ଧର୍ମ ପାଇଁ
ଲୋଡ଼ା ହୁଏ ସିନା ମଣିଷ ପଣିଆ
ବିଶ୍ୱାସର ଦ୍ୱାହି ଦେଇ ll
ଆସରେ ସରବେ ସେବାର ସଙ୍ଗୀତ
ଗାଇବା ହୃଦୟ ଖୋଲି
କାନ୍ଧେ କାନ୍ଧ ରଖି ଦୁଃଖିଙ୍କୁ ନିରେଖି
ସମର୍ପିବା ମନ ଝୋଲି ll
ସେଇ ହେବ ଆମ ଜୀବନ ଜାତକ
ସଉଭାଗ୍ୟ ଭରା ତପ
ଆତ୍ମତୃପ୍ତି ବଳେ ଜଳାଇ ହୃଦୟେ
ସାଧନାର ମହାଦୀପ ll
