ସାଧିକା
ସାଧିକା
ଗରଭେ ତାହାର ଯତନେ ସାଇତି
ଜୀବନ ଗଢିଲା ମୋର
ଖାଇଛି ସହିଛି ଗୋଇଠା ପାହାର
ଦଶମାସ ନିରନ୍ତର ।
ଅଦୃଶ୍ୟ ସତ୍ତାକୁ କରିନାହିଁ ପର
ଢାଳି ମମତାର ଧାର
ଦେଇଛି ଆଶିଷ ସତେ କି ପୀୟୂଷ
ଜୀବନର ଅନ୍ତଃସ୍ୱର ।
ଦୁନିଆ ଆଲୋକ ଦେଖିବା ନିମିତ୍ତ
ହେଲି ଯେବେ ମୁଁ ଅଧୀର
ନିଷ୍ଠୁର ବେଦନା ଗରଭ ଯନ୍ତ୍ରଣା
କରିନେଲା ଆପଣାର ।
ମୋ ହସ ତା ଓଠେ ସନ୍ତୋଷର ଭାଗ
କାନ୍ଦେ ନେତ୍ରେ ଅଶ୍ରୁଧାର
ମୋ ଅଳି ଅଝଟ ତା ପାଇଁ ସମ୍ପଦ
ସାଧିକା ସେ ଜଗତର ।