Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Classics Inspirational Others

4  

Ranjit Sahu

Classics Inspirational Others

ସ୍ଵାଧୀନତା

ସ୍ଵାଧୀନତା

1 min
405


ମୁକ୍ତ ଆକାଶର ବିସ୍ତାର ଭିତରେ,

ତୋଳି ପାରେ ପକ୍ଷୀ ଯେଉଁ ସଙ୍ଗୀତ,

ସୁନା ପଞ୍ଜୁରୀର ଆବଦ୍ଧରେ ରହି ,

ଗାଇ ପାରେ ନାହିଁ ସେପରି ଗୀତ I 


ନିଜର ଅସ୍ତିତ୍ଵ ଚିହ୍ନିବାକୁ ଲାଗି,

ଦାୟିତ୍ବ ନେବାକୁ ନିଜେ ନିଜର.

ଦରକାର ଅଟେ ସ୍ଵାଧୀନ ଚିନ୍ତନେ,

 ମଣିଷ କରିବ କର୍ମ ନିଜର I 


 ଦେଶ ଗଢା ଅବା ସମାଜର ସୃଷ୍ଟି,

ମୁକ୍ତ ବିଚାରର ଆବଶ୍ୟକତା,

ଯେଉଁଠି ବ୍ୟକ୍ତିର ବ୍ୟକ୍ତ କରିବାର,

ରହିଥାଏ ସମ୍ପୂର୍ଣ୍ଣ ସ୍ଵାଧୀନତା I 


ଧନ ଥାଉ ଯେତେ ଜନ ଥାଉ ଯେତେ,

ଯେତେ ଦେଉ ସମାଜ ପ୍ରଧାନତା ,

ସୁଖରେ ଶାନ୍ତିରେ ବଞ୍ଚିବାର ଲାଗି, 

ସର୍ବ ପ୍ରଥମେ ଲୋଡ଼ା ସ୍ଵାଧୀନତା I 


Rate this content
Log in