STORYMIRROR

Shubhra Suchitra Mahanta

Fantasy Inspirational

3  

Shubhra Suchitra Mahanta

Fantasy Inspirational

ସ୍ଵାଧୀନ ଭାରତର ସନ୍ତାନ ଆମେ

ସ୍ଵାଧୀନ ଭାରତର ସନ୍ତାନ ଆମେ

1 min
228

ଦେହରେ ବହେ ବୀର ରକତ

ଜୟ ଘୋଷ ଶୁଭେ କାନେ ।

ଜାଣୁନା ଦେଇ ପଛଘୁଞ୍ଚା କେବେ

ସ୍ଵାଧୀନ ଭାରତର ସନ୍ତାନ ଆମେ ।


ଭେଦଭାବ ଶୂନ୍ୟ ମନ ଆମର

ବିଶ୍ବାସ ରଖୁ ରାମ ନାମେ ।

ସତ୍ୟ ଅହିଂସା ପଥରେ ଚାଲୁ

ସ୍ଵାଧୀନ ଭାରତର ସନ୍ତାନ ଆମେ ।


ଏକତା ହିଁ ବଳ ଆମ ପାଇଁ

ଜୀବନ ନ୍ୟୋଛାବର ଦେଶ ପ୍ରେମେ ।

ଶିଖିଛୁ ଦେଇ ଜବାବ୍ ଶତ୍ରୁକୁ

ସ୍ଵାଧୀନ ଭାରତର ସନ୍ତାନ ଆମେ ।


ପ୍ରାଣ ଗଲେ ଯାଉ ଭୟ ନାହିଁ

ଜନମ ଲଭିଛୁ ଜଗନ୍ନାଥ ଧାମେ ।

ଦେଶଭକ୍ତି ସଦା ଅମର ରହିବ

ସ୍ଵାଧୀନ ଭାରତର ସନ୍ତାନ ଆମେ । 


Rate this content
Log in

Similar oriya poem from Fantasy