Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Classics Inspirational

3  

Sadananda Sahoo

Classics Inspirational

ସ୍ଵାଧୀନ ଭାରତ

ସ୍ଵାଧୀନ ଭାରତ

1 min
212



ଶାନ୍ତି ମୈତ୍ରୀ ପ୍ରେମୀ ସୁଚିତ୍ରା ଭାରତୀ

   ବିଶ୍ଵ ଦରବାରେ ଖ୍ୟାତ ; 

ଜନ ମଙ୍ଗଳର ସୁଦୃଢ଼ ଭାରତ

   ସ୍ଵାଧୀନ ଚେତନା ପ୍ରୀତ !


ଅଖଣ୍ଡ ଭାରତ ଭୌଗୋଳିକ ଚିତ୍ର

    ଅକ୍ଷୁର୍ଣ୍ଣତା ପ୍ରାଣ ମିତ  ;

ବିଭିନ୍ନତା ମଧ୍ୟେ ଏକତାର ସୁତ୍ରେ

    ନିତ୍ୟସଦା କୃତକୃତ୍ୟ  !


ଜାତୀୟତା ବୋଧ ଜାଗ୍ରତେ ପ୍ରତୀତ

     ସର୍ବେ ଆମେ ଏକାକାର ;

ଜାତି ଧର୍ମ ବର୍ଣ୍ଣ ହେଲେ ମଧ୍ୟ ଭିନ୍ନ

     ଦାୟାଦତ ଭାରତୀର !


 ପରାଧୀନତାର ନାଁହି ଚିହ୍ନବର୍ଣ୍ଣ

    ସମ୍ବିଧାନ ଆମ ସ୍ଵର୍ଣ୍ଣ ;

ସର୍ବ ସମାନତା ସ୍ଵାଧୀନ ଚେତନା

    ଧନ୍ୟ ଆମ ଦେଶ ଧନ୍ୟ !


ବନ୍ଦେ ମାତରମ ଜାତୀୟତା ବାଦ

     ଅମଳିନ ଆମ ଛବି  ;

ଗାନ୍ଧିଜୀ ନେତାଜୀ ବାହାଦୁର ଶାସ୍ତ୍ରୀ

     କାଳଜୟୀ ଅନୁଭବି  !


ଅହିଂସାର ମନ୍ତ୍ର ଆଜି ଉଜ୍ଜୀବିତ

   ଗାନ୍ଧୀ ପ୍ରୀତି ଶ୍ରଦ୍ଧା ଭକ୍ତି ;

 ସୁକଲ୍ଯାଣ ପାଇଁ ନିଅ ଆପଣେଇ

   ଅପସରି  ଯିବ ଯୁକ୍ତି  !


ସଶସ୍ତ୍ର ବାହିନୀ ସୀମାରେ ଜଗିଛି

    ମାତୃ ପ୍ରୀତି ଭକ୍ତି ଭରି ;

କିବା ଖରାବର୍ଷା ଅସୁମାରି ଆଶା

    ଶତୃଦବ ନାଶକରି  !


ପଛ ଘୁଞ୍ଚା ନାହିଁ ବୀରର ଜାତକେ

    ଇତିହାସ କହେ ଗାଥା ;

ସିପାହୀ ବିଦ୍ରୋହ. ପ୍ରଥମ ସଂଗ୍ରାମ

    ରକତ ରଞ୍ଜିତ. ଖଣ୍ଡା !


ଧନ୍ୟ ମା'ଭାରତୀ ଧନ୍ୟ ତୋର ଖ୍ୟାତି

    କୋଟି କୋଟି ପ୍ରଣିପାତ. ;

 ସୁଦୀର୍ଘ ବିସ୍ତିର୍ଣ୍ଣ. ଅଖଣ୍ଡ ଭାରତ

     ସଦା ଦୀପ୍ତିମାନ ଚିତ୍ର. !


ଉତ୍କଳ ସରାଗୀ ମାଆତୁ ଭାରତୀ

     ସର୍ବାଗ୍ରେ ଉତ୍କଳ ପ୍ରୀତି ;

ତୋର ବୀର ପୁତ୍ର ପାଇକ ସୁପୁତ୍ର

    ସ୍ଵାଧୀନ ଚେତନା ଜାତି  !


ପ୍ରଥମ ବିଦ୍ରୋହ ଫିରିଙ୍ଗିର ଭୟ

     ଇତିହାସେ ଲିପିବଦ୍ଧ. ; 

ଆଜିବି ଉତ୍କଳେ ଅଛନ୍ତି ପାଇକେ

    ଖୋର୍ଦ୍ଧାଗଡେ ଅଧିଷ୍ଠିତ. !


ସ୍ଵାଧୀନ ଚେତନା ହୁଅ ନାଗରିକ

   ମୁଖ୍ୟସ୍ରୋତେ ଆସଭାସି ;

ହସିବ ଭାରତ ଅଖଣ୍ଡ ଭୂଖଣ୍ଡ

   ବିଚ୍ଛୁରିତ ହେବ ଖୁସି  !


Rate this content
Log in