Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ସ୍ଵାଧୀନ ଭାରତ

ସ୍ଵାଧୀନ ଭାରତ

1 min
312


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ସ୍ଵାଧୀନତା ଆମ ଅଧିକାର

ହସି ହସି ଯିଏ ଧ୍ଵଂସ କରୁଅଛି

ପୃଥିବୀ ମାଆର ଶ୍ରୀ ସମ୍ଭାର ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ସମାନତା ପୁଣି ଆମ ସ୍ଵର

ସୁ ଉଚ୍ଚ ପ୍ରାସାଦେ କିଏ ରହୁ ଅଛି

କାହା ପାଖେ ନାହିଁ ଚାଳଘର ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ପେଟ ପାଇଁ ପୁଣି ଛୁଆ ବିକେ

ସ୍ଵାଧୀନ ସେ ମାଆ କଳଙ୍କ ଭାବଇ

ଛୁଆକୁ ଫୋପାଡ଼େ କଣ୍ଟା ଝାଡେ ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ଯୌନ ଲାଳସା ତା ଆତ୍ମା ଖାଏ

ସ୍ଵାଧୀନ ପୁରଷ ଲଙ୍ଘେ ସୀମାରେଖା

ନାରୀ ଏଠି ଭୂଲୁଣ୍ଠିତ ହୁଏ ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ଶିକ୍ଷା ସ୍ଵାଧୀକାର କଥା କହେ

କଅଁଳ ମନର ନିଷ୍ପାପ ଶିଶୁଟି

ଏଠି ସେଠି କାମ କରୁ ଥାଏ ।


ଶିଶୁ ଶ୍ରମିକର ଉଚ୍ଛେଦ ର କଥା

ସ୍ଵାଧୀନ ମଣିଷ କହୁଥାଏ

ନିଜ ଘରେ ପୁଣି ଶିଶୁ ଶ୍ରମିକ କୁ

କାମରେ ଲଗାଇ ଦେଇଥାଏ ।


ଶିଶୁ ଶ୍ରମିକର ଉଚ୍ଛେଦ ବିଲ୍‌ଟି

ପବନରେ ଉଡ଼ି ବୁଲୁଥାଏ

ଘର ଠୁ ଦୋକାନ ଢାବାରୁ ହୋଟେଲ

ସବୁଠି ଶିଶୁ ଯେ ଖଟୁ ଥାଏ ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ଧର୍ମ ସମନ୍ୱୟ କଥା କୁହେ

ଜାତି ଧର୍ମ ମଧ୍ୟେ କଳହ ଲଗାଇ

ନିଜର ଫାଇଦା ଖୋଜୁଥାଏ ।


ସ୍ଵାଧୀନ ଭାରତ ସ୍ଵାଧୀନ ମଣିଷ

ଭାଷଣ ବାଜି ତା ଅନ୍ତଃସ୍ଵର

ଭୁଲି ଯାଇଅଛି ସ୍ଵାଧୀନତା ଅର୍ଥ

ଭୁଲି ଯାଇଛି ତା ଗୁଢ ଅର୍ଥ ।


ସ୍ଵାଧିନତା ପାଇଁ ଲଢିଲେ ଯେ ଜନ

ରକତକୁ ପାଣି ଫଠାଇଲେ

ସେମାନଙ୍କ ସ୍ଵପ୍ନ ଉଭେଇ ଯାଉଛି

ଭାଷଣ ବାଜିରେ ଭାସି ବୁଲେ ।


ହେଲେ- -

ସ୍ଵାଧୀନତା କେବେ ସ୍ୱାର୍ଥୀ ହୁଏ ନାହିଁ

ସମସଙ୍କ କଥା ଭାବୁଥାଏ

ନିଜ ଅଧିକାର ଖାଲି ଖୋଜେ ନାହିଁ

ନିଜ କର୍ତ୍ତବ୍ୟ ବି କରୁଥାଏ ।


ଦିବସ ପାଳନ ଅତୀତ ମନ୍ଥନ

ମନରେ ଜାଗୃତି ଦେଇଥାଏ

ପାଳିବାର କଥା ବୋଲି ପାଳି ଦେଲେ

ସେଥିରେ କି ଲାଭ ହୋଇଥାଏ ।


ସ୍ଵାଧୀନର ମର୍ମ ସ୍ଵାଧୀନତା ଧର୍ମ

ବୁଝି ଯଦି କାମ କରିଯିବା

ଏ ଦେଶ ହୋଇବ ସୁନାର ଭାରତ

ଶାନ୍ତିରେ ଜୀବନ ଜୀଉଁଥିବା I



Rate this content
Log in

Similar oriya poem from Abstract