STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସାଧବବୋହୁ 

ସାଧବବୋହୁ 

1 min
0


ନାଲି ଗୁଲୁଗୁଲୁ ଓଢଣା ଟାଣି 
କୁଆଡେ ଯାଉଛୁ ସାଧବ ଘରଣୀ 
ପାରା ତୁ ଲୋଟଣି 
ପଶମ ରେଶମ ତରଣୀ 
ଯାଆ ନା ଲୋ ଭାସି ବାଆରେ ବାରୁଣୀ 
ମୌସୁମୀ କରେ ମନମାନୀ 
ସଅଳ ଆସିଛି ଟୋପି ମେଘ ବୁଣି 
ଭାବୁଛି ଗ୍ରୀଷ୍ମକୁ ତଡ଼ିଦେବ ପାଣି ଆଣି 
ସବୁ ମିଛ ଲୋ ସାଧାଵାଣୀ 
ତୁ ଆସିଲେ ଝୁଣ୍ଟିବ ରୋଷଣୀ 
ବର୍ଷାଧାରେ ବେଙ୍ଗ ବେଙ୍ଗୁଲି ଫୁଟାଣି 
ଚଷାପୁଅ କାଳିଆ ବଳିଆ ସାଥେ ଧାନ ବୁଣି 
ଦେଖୁଥିବ ନାଲିରଙ୍ଗର ଓଢଣୀ 
ଭିତରେ ସାଧବବୋହୁଟା ରାଣୀ 
ଥାଟ ପାଟ ଛତ୍ରୀ ସହ ମୌସୁମୀ ବାଧ୍ୟ ହେଲାଣି 
ମେଘ ଜଳଦ ମାନେ ଆସି ଘୋ ଘା କଲେଣି 
ବର୍ଷା ଢାଳିବ ପାଣି 
ସାଧବ ବୋହୁର ପୁରିବ ଗଉଣୀ 
ଧାନମାଣିକା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି 
ମାଖମଲ୍ଲୀ ଚାଲି ହସ ନାଲି ପୁଣ୍ୟବାରିଣୀ 
ମାଆ ପଦ୍ମାଳୟା ନିଶ୍ଚେ ସାଧବବୋହୁ ଜାଣି 
ଜଗତ ଦେଖୁଛି ପଦଚିହ୍ନ ପଡ଼ିକିଗଲାଣି 
ଏଥର ବରଷା ଘୋ ଘୋ ପାଣି 
ଜୀବ ଜଗତ ଗାଇବେ ସାଧବବୋହୁ ରାଣୀ 
ଅଣ୍ଟେ ଅଣ୍ଟେ ପାଣିରେ କାଗଜଡ଼ଙ୍ଗା ଋଣୀ


Rate this content
Log in

Similar oriya poem from Abstract