STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ସାଧବ ପୁଅର କୃତି ହିଁ କୀର୍ତ୍ତି

ସାଧବ ପୁଅର କୃତି ହିଁ କୀର୍ତ୍ତି

2 mins
13


   (ବଙ୍ଗଳା ଶ୍ରୀ ବୃତ୍ତେ)

ସର୍ବେ ଦେଖ ଆଜି ଏଇ ସେ' ବୋଇତ

ସାଧବ ପୁଅର କୃତି

ସ୍ମୃତି ହୋଇ ରହି ଅଛି ସେ' ବିଧାନ

ଉତ୍କଳ ପ୍ରଦେଶ କୀର୍ତ୍ତି

ଜାଭା ବାଲି ଦ୍ଵୀପ ପୁଞ୍ଜ ଓ ସୁମାତ୍ରା

ଦେଖିଛି ସାଧବ ପୁଏ 

କେତେ ପଣ୍ୟ ଦ୍ରବ୍ୟ ଧରି ସେ ସାଧବ 

ବୋଇତ ଭିତରେ ନିଏ

ସୁକ୍ଷ୍ମ କାରୁକାର୍ଯ୍ୟ ଦ୍ରବ୍ୟ ବି ବେପାର

ସାଧବ ପୁଅର ହାତେ

ଭିନ୍ନ ଭିନ୍ନ ଦେଶେ ବିକ୍ରି ବି ହୋଇଛି

ଉତ୍କଳ ଉତ୍ପାଦ ଯେତେ 

କେତେ ମୂଲ୍ୟ-ବାନ ଦ୍ରବ୍ୟ ବି ଆଣିଛି

ସାଧବ ପୁଅର ଗର୍ବ

ଆମ ଉତ୍କଳର ଗର୍ବ ଓ ଗୌରବ

କାର୍ତ୍ତିକ ପୂର୍ଣ୍ଣିମା ପର୍ବ

ଅତୀତର ସ୍ମୃତି ହୁଏ ବି ଚାରଣ 

ବୋଇତ ବନ୍ଦାଣ ଧାରେ

ଆମ ରାଜ୍ୟ ପୁଅ ନାମ ହିଁ ସାଧବ

ସାଥିରେ ବୋଇତ ଧରି

ଦୂର ଦେଶେ ଯାଇ କେତେ ଯେ' ବେପାର

କରିଛି ସାହସ ଧରି

ଏଇ ଆମ ରାଜ୍ୟ ପୁଣି ସେ କଳିଙ୍ଗ

ବାଣିଜ୍ୟ ବେପାର ଅର୍ଥେ

ଜଣା ଶୁଣା ପ୍ରାୟ ଥିଲା ସେ ସହଜେ

ଯାତ୍ରା କରି ଜଳ ପଥେ 

ଧର୍ମ ଧାରେ ପୁଣ୍ୟ ମାସ ଏ କାର୍ତ୍ତିକ

ପୂର୍ଣ୍ଣିମା ତିଥିରେ ପୁଣି

ନାଟ୍ୟ ରୂପାନ୍ତର ସମ ବି ହେଉଛି 

ଆନନ୍ଦ ଉଲ୍ଲାସ ଧ୍ଵନୀ 

ଦୃଶ୍ୟ ଦେଖି ମନେ ହୁଏ ବି ପ୍ରତ୍ୟୟ

ପାଳନ ହେଉଛି ଧର୍ମ

ସାନ ପିଲା ଠାରୁ ବଡ ବି ଏକାଠି

ବୋଇତ ବନ୍ଦାଣ କର୍ମ

ଡଙ୍ଗା ସବୁ ପାଣି ପରେ ହିଁ ଭସାଇ 

ଡଙ୍ଗା ମଧ୍ୟେ ପାନ ଗୁଆ 

ଦୀପ ଜାଳି "ଆ କା ମା ବୈ " ବି ଉଚ୍ଚାରି

ଉଲ୍ଲସି ଉଠଇ ହିଆ 

"ପାନ ଗୁଆ ତୋର" କହି ତା' ସହିତେ

"ମାସକ ଧରମ ମୋ'ର"

ଶୀତ ହେଲେ ହେଉ ବରଂ ସେ' ମୁହୂର୍ତ୍ତେ

ନ ଥାଏ ଶୀତକୁ ଡର 

"ଆ" ଅଟେ ଆଷାଢ଼ ଓ "କା" ତ କାର୍ତ୍ତିକ 

ଆଷାଢେ଼ ଫେରିବା ବିଧି 

ଜଳ ଯାତ୍ରା ପାଇଁ ଭଲ ସେ' କାର୍ତ୍ତିକ

ସାଧବ ପୁଅର ବୁଦ୍ଧି  

ଜଳ ଯାତ୍ରା ପାଇଁ ପ୍ରାୟତଃ ସୁଖଦ

ଅଭିଜ୍ଞ ସାଧବ ସୂତ୍ର

ଝଡ ଅବା ବାତ୍ୟା ଭୟ ବି ରହେନି

ଏ ଦୁଇ ମାସ ହିଁ ହିତ 

"ମା ଭୈ " ଭୟ କର ନାହିଁ ର ସୂଚନା

ସଙ୍କେତ ସମୟ ସାଥେ   

ଅନ୍ୟ ଅର୍ଥ "ଆ କା ମା ବୈ" ର ରହିଛି

ସହଜ ଅଲଗା ଅର୍ଥେ

ଆ"ଆଶ୍ୱିନ ଓ "କା"କାର୍ତ୍ତିକ "ମା" ବୁଝାଏ

ମାର୍ଗଶିର ମାସ ବେଳେ

"ବୈ" ବୈଶାଖ ,ସମୁଦାୟ ଚା'ରି ମାସ

ଦାନ କଲେ ପୁଣ୍ୟ ମିଳେ 

ଭିନ୍ନ ମତବାଦ "ଆ କା ମା ବୈ"କହେ

ବାଣିଜ୍ୟ କରିବା ସ୍ଥାନ

"ଆ" "ଆନାମ" ବା "ଭିଏତ୍-ନାମ୍" ବ୍ୟକ୍ତ 

'କା ' "କମ୍ବୋଡିଆ"ଜାଣ

"ମା""ମାଳୟ"ଦେଶ"ବୈ"ର "ବୈବସାନ"

ବୋର୍ଣ୍ଣିଓ ଓ ବାଲି ଦ୍ଵୀପ

ଏହି ଦେଶେ ସବୁ ବାଣିଜ୍ୟ ସହିତ

ଓଡ଼ିଆ ମିଠା ଆଳାପ

ହୃତ ଗଉ-ରବ ସ୍ମୃତି ହିଁ କେବଳ

ଉତ୍କଳେ ପାଳନ ହୁଏ

ଦୂର ଯାତ୍ରା କରି ଥିଲା ସେ ସାଧବ

କୃତିତ୍ବ ସୂଚାଇ ଦିଏ


ପାର ହୋଇ ଥିଲା ନଦୀ ଓ ସମୁଦ୍ର 

ସାଧବ ନାମରେ ଗଣା 

ବହୁ ମୂଲ୍ୟ ଧନ ରତ୍ନ ବି ଆଣିଛି 

କଳିଙ୍ଗ ରାଇଜେ ଜଣା

ସବୁ କିଛି ଆଜି ଲୁପ୍ତ ବି ହୋଇଛି

ରହିଛି କେବଳ ସ୍ମୃତି

ପୁଣ୍ୟ ମାସ ପୁଣି ଏଇ ସେ କାର୍ତ୍ତିକ 

ସମ୍ପ୍ରତି ଐତିହ୍ୟ ପ୍ରୀତି

ବାଲି ଯାତ୍ରା ହେଉ ଅଛି ବି ଉତ୍କଳେ 

ଚାରଣ ହେଉଛି ସ୍ମୃତି

ବାଲି ଯାତ୍ରା ପର୍ବ ହୁଏ ବି ପାଳନ

ଉଦ୍ରେକ ପୁରୁଣା ସ୍ମୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract