STORYMIRROR

suvendu Meher

Inspirational

3  

suvendu Meher

Inspirational

ସାଧବ ବୋହୁ

ସାଧବ ବୋହୁ

1 min
156


ଆସିଲା ଯହୁଁ ବରଷା କାଳ


ଆକାଶେ ମେଘ ମାଳ ।


ସବୁଠି ହସେ କଅଁଳେ ଘାସ


ଧରା ଦିଶଇ ଶ୍ୟାମଳ ।।


ଝିପି ଝିପି ଝିପି ମେଘ ବରଷେ


ଓଦା ହୁଏ ଗାଁ ଭୂଇଁ ।


ଚାଷୀଭାଇ ର ମନ ଉଚ୍ଛନ୍ନ


ହଳ କରିବା ପାଇଁ ।।



ପହିଲି ବର୍ଷା ପଡଇ ଯେବେ


ଆସଇ ଶିହରଣ ।


ନାନା ଜାତିର ଫୁଟଇ ଫୁଲ


ପ୍ରକୃତି ର ଏ ଦାନ ।।



ଗାଁ ଦାଣ୍ଡରେ ବରଷା ପାଣି


କାଗଜ ଡଙ୍ଗା ଭାଷେ ।


ନାଲି ନାଲିଆ ସାଧବ ବୋହୁ 


କେଡେ ସୁନ୍ଦର ଦିଶେ ।।



ନାଲି ଟୁକୁ ଟୁକୁ ରଙ୍ଗଟି ତାର


ମସୃଣ ପରି ଦେହ ।


ବରଷା କାଳ ଆସିଲେ ଆସେ


ସଜେଇ ହେଇ ମୁହଁ ।।



ଘାସ ଗାଲିଚାରେ ଚାଲଇ ଯେବେ


ଦିଶଇ କେଡେ ଶୋଭା ।


ସୁନ୍ଦରତା ଆଉ ମଖମଲ୍ଲି ଦେହ


ସତେ କେଡେ ମନଲୋଭା ।।



ଥିରି ଥିରି ଚାଲେ ନୂଆ ବୋହୁ ପରି


ସୁନ୍ଦର ଦିଶଇ ଦେହ ।


କେଉଁ ମାଦକତା ଭରିଛି ବିଧାତା


ମୋହେ ସଭିଙ୍କ ହୃଦୟ ।।



ପିଲା ବେଳରେ ଖେଳିଛି କେତେ


ସାଧବ ବୋହୁ ସାଥେ ।


କୋମଳ ଦେହ ମଖମଲ୍ଲି ରେ


ବିଭୋର କରେ ମୋତେ ।।



ନାହିରେ ଆଉ ଖେଳ ପଡିଆ


ଗୋଚର ଜମି ନାହିଁ ।


ସାଧବ ବୋହୁ ଖୋଜି ବୁଲିଛି


ସୁନ୍ଦର ଗାଁ ଭୂଇଁ ।।



କେତେ ଯତନେ ସୁନ୍ଦର ଦେହେ


ଗଢ଼ିଛି ରେ ବିଧାତା ।


ଛୋଟ ହେଲେବି ସଭିଙ୍କୁ ମୋହେ


ଦେଖେଇ ମହାନତା ।।






Rate this content
Log in

Similar oriya poem from Inspirational