STORYMIRROR

Kalandi pal

Tragedy Inspirational

3  

Kalandi pal

Tragedy Inspirational

ସାଧାରଣତନ୍ତ୍ର ଦିବସେ

ସାଧାରଣତନ୍ତ୍ର ଦିବସେ

1 min
734


ଫୁଟୁଛି କମାଣ  ଶୁଭୁଛି ଭାଷଣ

   ସାଧାରଣତନ୍ତ୍ର ଦିବସେ

ଚାଲେ ଗଣତନ୍ତ୍ର  ଶାସନେ ଭାରତ

   ପରାଧୀନ ଅବଶୋଷେ !!


ଗଣତନ୍ତ୍ର ନାରା  ବାଜେ ଦେଶ ସାରା

    ସର୍ବେ ଏଠି ପରାଧୀନ

କ୍ଷମତା ସମ୍ପଦ  କରିଦିଏ ଅନ୍ଧ

    ସ୍ୱାର୍ଥ ହୁଏ ସ୍ୱାଭିମାନ !!


ନାରୀର ଇଜ୍ଜତ ନୁହେଁ ସୁରକ୍ଷିତ

    ଦିବାଲୋକରେ ଧର୍ଷିତା

ନାରୀଟିଏ ଏକା ପଦାକୁ ଯାଏନା

    ଏଇ ଆମ ସ୍ୱାଧୀନତା !!


କ୍ଷମତା ଯାହାର  ଶାସନ ତାହାର

   ସରକାରଙ୍କ ଯୋଜନା

ପୈତୃକ ସମ୍ପତ୍ତି  ଭାବି ସେ ଦିଅନ୍ତି

   ସବୁ ଅନ୍ଧ ବୁଝାମଣା !!


ନାଗରିକ ହକ  ଅଧିକାର ତକ

    ଅମଲା ହାତରେ ବନ୍ଧା

ବିନା ଲାଞ୍ଚେ ଏଠି  ହୁଏନି ତ କିଛି

    ଚାଲଇ ଗୋଲକ ଧନ୍ଦା !!


ଅପପୃଷ୍ଟିରେ  ଶିଶୁଟିଏ ମରେ

    ନାହିଁ ପୃଷ୍ଟିକର ଖାଦ୍ୟ

ଗରିବର ଶବ  ବୁହା ହୁଏ କାନ୍ଧେ

    ଚାଲି ଚାଲି ଖାଲି ପାଦ !!


କିଏ ଚଢେ ଏଠି  ଦାମିକାର ଗାଡି

    ଚପଲ ନାହିଁ କା ପାଦେ

କିଏ ଖାଉଥାଏ  ମାଂସର ପଲଉ

    କିଏ ଶୁଏ ଭୋକେ ନିଦେ !!


ଦେଶ ଲୁଟି କିଏ  କ୍ଷଣତାରେ ଥାଏ

    ବିଦେଶରେ ରଖେ ଟଙ୍କା

ଓଷଦ ଟିକିଏ  ନ ପାଇରେ କିଏ

    ହରାଏ ପରାଣ ଏକା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy