STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
152

ଦିବ୍ୟ କଳ୍ପବୃକ୍ଷ ସମାଜ ସୁନ୍ଦର

ରାଜଧର୍ମ ସୁଶାସନ

ସୁଷମ ବ୍ୟବସ୍ଥା ପ୍ରଣିଧାନ ଫଳେ

କଲ୍ୟାଣ ହୁଏ ସାଧନ ।


ଶାସ୍ତ୍ର ବେଦ ବିଧି ପୂର୍ବେ ଅନୁସରି

ଦେବତାଙ୍କୁ ମାନି ସାକ୍ଷୀ

ରାଜ୍ୟର ଶାସନ କରୁଥିଲେ ରାଜା

କୁଳର ମର୍ଯ୍ୟାଦା ରଖି ।


ରାଜ୍ୟର ରାଜନ ହେଲେ ସ୍ୱର୍ଗବାସ

ଯୁବରାଜ ଜ୍ୟେଷ୍ଠ ପୁତ୍ର

ମୁକୁଟ ପିନ୍ଧିଣ ରାଜ ସିଂହାସନେ

ହେଉଥିଲେ ଅଭିଷିକ୍ତ ।


ବଦଳି ଯାଉଛି ସମୟର ଚକ୍ର

ନୀତିପ୍ରଥା ସମ୍ବିଧାନ

ନୁହେଁ ଆଭିଜାତ୍ୟ ରାଜନ ଏକାକୀ

ମୁଖ୍ୟ ପ୍ରଜା ସାଧାରଣ ।


ପାଞ୍ଚ ବର୍ଷେ ଥରେ ହୁଏ ନିର୍ବାଚନ

ଜନତାଙ୍କ ପ୍ରତିନିଧି

ଜନତାଙ୍କ ପାଇଁ କଲ୍ୟାଣ ନିମନ୍ତେ

ପ୍ରଣୟନ୍ତି ନୀତି ବିଧି ।


ମହାନ ଭାରତ ଅନୁସରୁଅଛି

ଗଣତନ୍ତ୍ର ସମ୍ବିଧାନ

ଉତ୍ତମ ପ୍ରଗତି ପଥେ ନିରନ୍ତର

କରୁଛି ଲକ୍ଷ୍ୟ ସାଧନ ।


ଜାନୁଆରୀ ମାସ ଛବିଶ ତାରିଖ

ପ୍ରଭାତରେ ପ୍ରତିବର୍ଷ

ମହାସମାରୋହେ ପାଳିତ ହୁଅଇ

ସହର୍ଷେ ଏହି ଦିବସ ।


ହେଉ ଶୁଭଙ୍କର ଆମ ଭାରତର

ସାଧାରଣ ଜୟଯାତ୍ରା

ବାଆସ୍ତରୀତମ ସାଧାରଣତନ୍ତ୍ର

ଦିବସ ଶୁଭକାମନା ।



Rate this content
Log in

Similar oriya poem from Inspirational