STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ସାଧାରଣ ତନ୍ତ୍ର ଭାରତ

ସାଧାରଣ ତନ୍ତ୍ର ଭାରତ

1 min
210

ଦେଶଟିର ନାମ ଭାରତ

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା 

ସ୍ବର୍ଣ୍ଣପ୍ରସୂ ଦେଶ ଭାରତ।


ସମଗ୍ର ବିଶ୍ବକୁ  ଶାନ୍ତି ଅହିଂସାର

ମନ୍ତ୍ର ଶିଖାଇଛି ଭାରତ

ସମଗ୍ର ବସୂଧା କୁଟୁମ୍ବ ମଣଇ

   ଦେଶ ଏ ମହା ଭାରତ

ବିବିଧତା ମଧ୍ୟେ ଭ୍ରାତୃତ୍ବର ଡୋରେ

ବାନ୍ଧିପାରେ ସାରା ଜଗତ ।


ନାନା ଧର୍ମ ବର୍ଣ୍ଣ   ଜାତି ବେଶଭୂଷା

    ଭାଷା ସଂସ୍କୃତିରେ ଭିନ୍ନତା

ଭୌଗୋଳିକ ସ୍ଥିତି  ବିବିଧ ଏଠାରେ

   ବିବିଧତା ମଧ୍ୟେ ଏକତା 

ସେହି ଏକତା ହିଁ  ଶକତି ଆମର

   ଜିତାଇବ ସାରା ଜଗତ ।


ଏଦେଶ ମାଟିରେ  ପାଣି ପବନରେ

   ଶୁଭେ ଗଣତନ୍ତ୍ର ସୁର

ସାର୍ବଭୌମତ୍ବ ଧର୍ମନିରପେକ୍ଷ

   ଗୀତ ସମାଜବାଦର

ଗଗନେ ପବନେ ଐକତ୍ବ ସଙ୍ଗୀତ

    ହେଉଥାଏ ଗୁଞ୍ଜରିତ ।


ସମଗ୍ର ବିଶ୍ବରେ    ସବୁଠାରୁ ବଡ

    ତା ଲିଖିତ ସମ୍ବିଧାନ

ବିବିଧତା ଭରା   ସାରା ଭାରତର

     ସମସ୍ୟାର ସମାଧାନ

ସକଳ ଜନଙ୍କୁ   ସମାନ ଦୃଷ୍ଟିରେ

     ନ୍ୟାୟ ଦେଉଥାଏ ସେତ ।


ଧର୍ମ ନାମରେ    ବର୍ଣ୍ଣ ନାମରେ

     ଜାତିର ନାମରେ କେହି

ଵଞ୍ଚିତ କେବେବି  କେଉଁ ଅଧିକାରୁ

  କରି ପାରେନାହିଁ କେହି

ସକଳ କ୍ଷେତ୍ରରେ   ସମ ଅଧିକାର

   ପାଇ ସର୍ବେ ଆତଯାତ।

ଗଣତନ୍ତ୍ରେ ନାହିଁ  ଶୋଷଣ କଷଣ

   ସ୍ବେଛାଚ୍ଚାରୀତା ସ୍ଥାନ

 ଏହା ଗଣଙ୍କର   ଗଣଙ୍କର ଦ୍ବାରା  

   ଗଣଙ୍କ ପାଇଁ ଶାସନ

ଶାସନ କରଇ  ଗଢି ସରକାର

   ନେଇ ଗଣଙ୍କର ମତ ।


ସମ୍ବିଧାନ ମତେ   ଚାଲେ ସରକାର

    ପାଇ ସ୍ପଷ୍ଟ ବହୁମତ

ଜାତୀୟ ପ୍ରଗତି   ଆର୍ଥିକ ବିକାଶ

    ବୈଷମ୍ୟକୁ ଦୂରୀଭୂତ

କରିବା ପାଇଁକି  ବିନା ଭେଦଭାବେ

    ନିଅଇ ସେତ ଶପଥ ।


ପ୍ରତି ପ୍ରଭାତରେ   ମନ୍ଦିରର ଘଣ୍ଟି

    ସଙ୍ଗେ ଶୁଭେ ମନ୍ତ୍ର ପାଠ

ମସଜିଦରୁ ଆଲ୍ହା  ହୋ ଆକବର ଶୁଭେ

    ନିତି କୋରାନର ପାଠ

ଗୀର୍ଜାରୁ ଶୁଭଇ   ବାଇବେଲ ପାଠ

    ପ୍ରାର୍ଥନାରେ ସମବେତ ।


ସଭିଙ୍କ ସ୍ବାଧୀନ   ବିଚାର ରହିଛି

     ଅଛି ସ୍ବାଧୀନ ବିଶ୍ବାସ

କାହା ବିଶ୍ବାସରେ  ହସ୍ତକ୍ଷେପ କରି

      ପାରିବନି ଦେଇ ବିଷ

ସବୁ ନାଗରିକ   ସ୍ବାଧୀନ ଭାବରେ

    ରଖିପାରେ ନିଜ ମତ।


ସ୍ବାଧୀନତା ଆମ   ଜନ୍ମ ଅଧିକାର

   କେହି ପାରିବି ନେଇ

ସ୍ବାଧୀନ ଭାବରେ   ହସିବା ଖେଳିବା

    ନାଚିବା ଗାଇବା ଭାଇ 

ଐକତ୍ବର ସୁର   ତାଳରେ ଝୁମିବା

    ବାଛି ଗଣତନ୍ତ୍ର ପଥ || 


ସତ୍ୟ ଶାନ୍ତି  ମୈତ୍ରୀ  ଋତୁ ଶ୍ରୀ ବସନ୍ତ ହୋଇ ସଜବାଜ 

   ଆମ୍ବ ବଉଳ ବାସର ସ୍କଭ୍ରାତୃତ୍ବର

    ଉଡାଇବା ଆମେ ନେତ

ମହା ଭାରତୀୟ    ସଂସ୍କୃତି ଆମର

    ଗଣତନ୍ତ୍ରେ ଅଙ୍କୁରିତ

ଆମ ସାର୍ବଭୌମ    ସାଧାରଣ ତନ୍ତ୍ର

   ସମାଜ ବାଦୀ ଭାରତ ||


ସକଳ ଧର୍ମର   ସମନ୍ବୟ ଏଠି

    ଶାନ୍ତିରେ ସହବସ୍ଥାନ

ଗଣତନ୍ତ୍ର ଭାବ   ବିଚାର ଧାରାରେ

   ଆମେ ସର୍ବେ ମହୀୟାନ

ଗାଇବା ତା ନାମ    ଆନନ୍ଦ ମନରେ

     ରଖିବା ମାନ ମହତ ||

      


    

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract